Hot Posts

6/recent/ticker-posts

କବିତା- ତୁମେ


 କବିତା- ତୁମେ
            
ତୁମେ
ଅଚାନକ ମୋ ଜୀବନରେ
ଅମାବାସ୍ୟାର ଅନ୍ଧକାର ଭିତରେ
ପୂର୍ଣ୍ଣିମାର ଜହ୍ନ ହୋଇ ଉଇଁଆସିଲ ,
ସମ୍ପର୍କର ଉଜ୍ଜ୍ବଳ ଆଭାର କିରଣରେ
ମୋ ହୃଦୟର ଘର ଭିତରେ ପ୍ରବେଶ କରିଥିଲ ।।
ତୁମେ
ଆସିବା ପରଠୁ ମୋ ହୃଦୟର ଖୋଳା ଫର୍ଦ୍ଦରେ
ତୁମର ଆଉ ମୋ ଭିତରେ ଥିବା
ଗାଢ଼ ସମ୍ପର୍କ ନିମନ୍ତେ ଶୁଭ ଚିନ୍ତନର
ବିଚାର ଲେଖିବାକୁ ଆରମ୍ଭ କରିଥିଲି ,
କିନ୍ତୁ ଉପରେ ଦେଖାଯାଉଥିବା ତୁମ ରୂପକୁ ଦେଖି
ତୁମ ସହ ସମ୍ପର୍କ ଗଢ଼ିବାକୁ ପ୍ରୟାସ କରିନଥିଲି ।।
ତୁମେ
ଉପରେ ସୁନ୍ଦର ଦେଖାଯାଅ ସତ ହେଲେ 
ସେହି ସୌନ୍ଦର୍ଯ୍ୟର ଲାଲସା ମୋ ଭିତରେ ନଥିଲା ,
ତୁମ ଭିତରେ ଥିବା ପକୃତ ସୁନ୍ଦରତାକୁ ଦେଖିଥିଲି
ତାହା କ'ଣ ତୁମେ ଜାଣିଛ ?
ତୁମ ଭିତରେ ଥିବା ଉତ୍ତମ ଗୁଣ ଚରିତ୍ରର
ସୁନ୍ଦରତା ସହ ସତ୍ୟ ବଚନର ଅମୃତଧାରା
ତୁମ ଓଠରୁ ସର୍ବଦା ଝରୁଥିଲା ।।
ତୁମେ
ମୋ ଭିତରେ ଥିବା ତୁମପ୍ରତି ମୋର ଭଲପାଇବା 
କେତେ ଦେଖିଥିଲ ଯେ ? ମୁ ତ ଜାଣେନି ,
କିନ୍ତୁ ମୁ ତୁମକୁ କେତେବେଳେ ବି
କେବେ ଖରାପ ଦୃଷ୍ଟି କୋଣରେ ଦେଖିନି ।।
ତୁମେ
କାହା ଆଖିରେ ବାଟ ଚାଲିବାକୁ ମନସ୍ଥ କଲ ଯେ ?
ତୁମ ଆଉ ମୋ ଭିତରେ ଥିବା ଗାଢ଼ ସମ୍ପକକୁ
ଖରାପ ବୋଲି ଗ୍ରହଣ କରିନେଲ ,
ତୁମେ
ବିବେକରୁ ନୁହେଁ ତୁମ ମନର ଭ୍ରମରେ ଭ୍ରମିତ ହୋଇ 
ମୋ ସହ ଥିବା ତୁମ ସମ୍ପର୍କକୁ
ଅଚାନକ ଭାଙ୍ଗିବାକୁ ନିଷ୍ପତ୍ତି ନେଲ ।।
ତୁମେ
ଏତେ ନିଷ୍ଠୁର ହେଇଗଲ ଯେ
ପ୍ରକୃତ ସମ୍ପର୍କ ଭଲପାଇବାକୁ ବି ଜାଣିପାରିଲନି ,
ତୁମେ
ଆମ ଭିତରେ ଥିବା ପବିତ୍ର ପ୍ରେମ ସମ୍ପର୍କକୁ ବି
ଭଲ ଭାବରେ ବୁଝିବାକୁ ବି ପ୍ରୟାସ କଲନି ।।
ତୁମେ
କ'ଣ ନିଜ ସ୍ବାର୍ଥ ପୂରଣ ନିମନ୍ତେ ସମ୍ପର୍କ ଗଢ଼ିଥିଲ ?
ସେଥିଲାଗି ବୋଧେ ଭଲ ସମ୍ପର୍କର ମୂଲ୍ୟକୁ ଘୃଣା କରି 
ମୋ ଠାରୁ ନିଜକୁ ଦୂରେଇବାକୁ ନିଷ୍ପତ୍ତି ନେଲ ।। 
ତୁମେ
ମତେ ଯେଉଁଭଳି ଭାବରେ ଖରାପ ଦୃଷ୍ଟି କୋଣରେ ଦେଖୁଛ
ସେହି ଖରାପ ଦୃଷ୍ଟି କୋଣକୁ ଭଲ କରିବାକୁ ପ୍ରୟାସ କର 
ଦେଖିବ ତୁମ ଆଉ ମୋ ଭିତରେ ଥିବା କେତେ 
ପ୍ରେମ ସମ୍ପର୍କର ବାତାବରଣ ଅଛି ଯେ ,
ତୁମେ
ଭଲ ଦୃଷ୍ଟି କୋଣରେ ଦେଖିଲେ ସ୍ପଷ୍ଟ ଦେଖାଯିବ
ତୁମପ୍ରତି ମୋର କେତେ ସ୍ନେହ ଶ୍ରଦ୍ଧା ଭଲପାଇବା 
ଗାଢ଼ ମଧୁରତାର ପ୍ରେମପୂର୍ଣ୍ଣ ମିତ୍ରତା ଅଛି ଯେ ।।
ତୁମେ
ଆଉ ଅଳ୍ପ ବୟସ୍କ ହେଇଛ ଯେ ବୁଝିବାର ଶକ୍ତି ନାହିଁ 
ତୁମ ଭିତରେ ବୁଝିବାର ଅନେକ ଶକ୍ତି ଜ୍ଞାନ ଅଛି ,
ତୁମେ
ସର୍ବଦା ନିଜ ବିବେକକୁ ପଚାରି ବୁଝ ଦେଖିବ
ତୁମ ଆଉ ମୋ ଭିତରେ ଥିବା ପ୍ରେମ ସମ୍ପର୍କକୁ
ସୁନ୍ଦର ଭାବରେ ବୁଝି ପାରିବ ଆଉ 
ତୁମ ଭିତରେ ଥିବା ମୋର ପ୍ରତି ଖରାପ ସନ୍ଦେହ
ଭାବ ବିଚାର ବି ଦୂର ହେବ ସବୁକିଛି ।।



✍️ ଟିକେମଣି ବୁଧିଆ 
ରେଙ୍ଗସାପାଲି କଳାହାଣ୍ଡି 
ଭ୍ରାମ୍ୟଭାଷ ୭୭୪୯୦୦୯୦୬୧