Hot Posts

6/recent/ticker-posts

୨୦ ଲକ୍ଷ ହିତାଧିକାରୀଙ୍କ କଟିଯିବ ରାଶନ କାର୍ଡ, ଇ-କେଓଵାଇସି ନ କଲେ ଜୁନ୍‌ ପରେ ସୁବିଧା ବନ୍ଦ

ଭୁବନେଶ୍ୱର, ୦୬ / ୬ :  – ରାଜ୍ୟର ଜନସାଧାରଣ ପାଇଁ ରାସନ୍ ସୁବିଧା ଆଉ ଅଧିକ ଗଂଭୀର ନୀତି ମାନ୍ୟତା ନେଉଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୁରୁବାର ଗଣମାଧ୍ୟମ ସମ୍ମୁଖରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି “ଜେଉଁମାନେ ଇ-କେଓଵାଇସି ନ କରିବେ, ସେମାନଙ୍କୁ ରାସନ୍ କାର୍ଡ ଅଧିକାର ମିଳିବ ନାହିଁ ।” ମନ୍ତ୍ରୀ ଙ୍କ ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟର ପ୍ରାୟ ୫ ପ୍ରତିଶତ ହିତାଧିକାରୀ – ଅନୁମାନେ ୨୦ ଲକ୍ଷ ଲୋକ – ଇ-କେଓଵାଇସି କରିନାହାନ୍ତି। ରାଜ୍ୟ ସରକାର ଏହି ସମୟ ସୀମାକୁ ଜୁନ୍‌ ଶେଷ ଅବଧି ଭାବେ ନିର୍ଦ୍ଧାରଣ କରିଛି। ଏହି ସମୟ ମଧ୍ୟରେ ଇ-କେଓଵାଇସି ନ ହେଲେ, ସେମାନଙ୍କ ରାଶନ କାର୍ଡ ବାତିଲ୍‌ କରାଯିବ। ଏହି ସ୍ଥାନରେ ଅନ୍ୟ ୨୦ ଲକ୍ଷ ନୂଆ ହିତାଧିକାରୀଙ୍କୁ ସୁବିଧା ଦିଆଯିବ। ଏହା ସହ, ମନ୍ତ୍ରୀ ପାତ୍ର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି – ପୂର୍ବତନ ଶାସନ କାଳରେ ୧୩ ବର୍ଷ ଧରି ନୂଆ ରାଶନ କାର୍ଡ ଜାରି ହେବା ବନ୍ଦ ଥିଲା। ବର୍ତ୍ତମାନ ବିଜେପି ଶାସିତ ନୂଆ ସରକାର ଆସିବା ପରେ, ୧୭ ଲକ୍ଷ ଲୋକ ଆବେଦନ କରିଥିଲେ। ସେଥିରେ ଅନେକ ଲୋକ ୪ ବର୍ଷ ଓ କେତେକ ୭ ବର୍ଷ ଧରି ଅପେକ୍ଷା କରୁଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମ ପର୍ଯ୍ୟାୟରେ ୬ ଲକ୍ଷ ହିତାଧିକାରୀଙ୍କୁ ରାଶନ କାର୍ଡ ଦେବା ପାଇଁ ଅନୁମୋଦନ କରିଛନ୍ତି। ଏହି ଅନୁମୋଦନ ପରେ ଆଉ ୧୫ ଲକ୍ଷ ନୂଆ କାର୍ଡ ପାଇଁ ସ୍ୱୀକୃତି ମିଳିଛି। ସରକାର ଏଥିପାଇଁ ଇ-କେଓଵାଇସି ବ୍ୟବସ୍ଥାକୁ ଉତ୍ସାହିତ କରିଛି। ଅନ୍ତିମ ଅବଧି ଜୁନ୍ – ଏହି ସୂଚନା ସହ ସରକାର ଏହା ସ୍ପଷ୍ଟ କରିଦେଇଛି ଯେ ଆଉ ଲୁଚିବା ସମୟ ନାହିଁ। ଏବେ ଯେଉଁମାନେ ଇ-କେଓଵାଇସି କରିନାହାନ୍ତି, ସେମାନେ ଜୁନ୍‌ ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ କରିବାକୁ ପ୍ରସ୍ତୁତ ହେଉନ୍। ନହେଲେ ଏହି ସୁବିଧା ପାଇଁ ଓଡ଼ିଶାର ଦରିଦ୍ର ଜନତା ଅନ୍ୟ ଜଣେ ନୂଆ ହିତାଧିକାରୀ ହିସାବରେ ତିଆରି ଅଛନ୍ତି।