ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ — ବର୍ଷପୂର୍ତ୍ତି ପୂର୍ବରୁ ନିଆଯାଇପାରେ ବଡ଼ ନିଷ୍ପତ୍ତି
ଭୁବନେଶ୍ୱର, ୦୬ / ୬ – ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆସନ୍ତା ଶୁକ୍ରବାର ଗଭୀର ରାଜନୈତିକ ଓ ଶାସନାତ୍ମକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଏକ କ୍ୟାବିନେଟ୍ ବୈଠକ ବସିବାକୁ ଯାଉଛି। ଅପରାହ୍ନ ୪ଟାରୁ ଲୋକସେବା ଭବନର ତୃତୀୟ ମହଲା ଅବସ୍ଥିତ ସମ୍ମିଳନୀ କକ୍ଷରେ ଏହି ବୈଠକ ଆୟୋଜିତ ହେବ। ସରକାରଙ୍କ ବର୍ଷପୂର୍ତ୍ତି ଉତ୍ସବ ୧୨ ଜୁନରେ ପାଳନ ହେବାକୁ ଯାଉଥିବାବେଳେ, ଏହି ବୈଠକର ରାଜନୈତିକ ଓ ପ୍ରଶାସନିକ ଗୁରୁତ୍ୱ ଅଧିକ ବୃଦ୍ଧି ପାଇଛି। ବିଶ୍ୱସ୍ତ ସୂତ୍ର ଅନୁଯାୟୀ, ବିଭିନ୍ନ ବିଭାଗ ସମ୍ପୃକ୍ତ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଏଥିରେ ବିଚାର ହେବ ଓ କ୍ୟାବିନେଟ୍ର ମୋହର ଲାଗିପାରେ।ଏହି ବୈଠକ ମାଧ୍ୟମରେ ସରକାର ନିଜର ବର୍ଷପୂର୍ତ୍ତିକୁ ନଜରରେ ରଖି ଲୋକମାନଙ୍କୁ କିଛି ନୂଆ ଘୋଷଣା କିମ୍ବା ଉପକାରୀ ପଦକ୍ଷେପ ଦେଇ ସନ୍ଦେଶ ଦେବାକୁ ଚେଷ୍ଟା କରିପାରେ ବୋଲି ରାଜନୈତିକ ଭିତ୍ତିଭୂମିରେ ଚର୍ଚ୍ଚା ଚାଲିଛି।