Hot Posts

6/recent/ticker-posts

ଆଇପିଏଲ ଖେଳକୁ ନେଇ ବିବାଦ, ଯୁବକଙ୍କ ଠେଙ୍ଗା ପ୍ରହାର ରେ ଜଣଙ୍କ ମୃତ୍ୟୁ

ପଟାଙ୍ଗି, ୦୬ / ୬ :  – ଏକ କ୍ରୀଡା ମନୋରଞ୍ଜନ ଘଟଣା ଦୁଃଖଦ ମୃତ୍ୟୁରେ ପରିଣତ ହେବ ଭାବି ନଥିଲେ ଆଖି ଦେଖା ଲୋକମାନେ। କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତର ତଳ ସାହିରେ ଘଟିଥିବା ଏହି ଦୁଃଖଦ ଘଟଣାରେ ଜଣେ ଯୁବକ ଅନ୍ୟ ଯୁବକଙ୍କ ଠେଙ୍ଗା ଆଘାତରେ ଗୁରୁତର ହୋଇ ମୃତ୍ୟୁବରଣ କରିଛନ୍ତି।ମୃତ ଯୁବକଙ୍କ ପରିଚୟ ସ୍ବର୍ଗତଃ କମୁ ଲାଛନାଙ୍କ ପୁଅ କମୁ ଅଜିତ୍‌ ବାବଦରେ ମିଳିଛି। ସୂଚନା ଅନୁଯାୟୀ, ଗତ ୩ ତାରିଖ ମଙ୍ଗଳବାର ଦିନ ଆଇପିଏଲ ମ୍ୟାଚ୍ ଦେଖିବା ସମୟରେ ବିରାଟ କୋହଲିଙ୍କ ଆଉଟ ହେବାକୁ ନେଇ ଅଜିତ୍‌ ପାଟିତୁଣ୍ଡ କରିଥିଲେ। ଏହି କ୍ଷୁଦ୍ର ଘଟଣାକୁ ନେଇ ସାହିର ଅନ୍ୟ ଯୁବକ କମୁ ପାଉଲୁ ବିରୋଧ କରିବାରୁ ଦୁଇଜଣଙ୍କ ମଧ୍ୟରେ କଥାକଟି ଘଟିଥିଲା। ରାଗେ ଆସି ଦାଦାପୁଅ ପାଉଲୁ ଗୋଟିଏ ଠେଙ୍ଗା ନେଇ ଅଜିତଙ୍କ ମୁଣ୍ଡରେ ଶକ୍ତ ଆଘାତ କରିଥିବା ଅଭିଯୋଗ ମିଳିଛି। ଏହା ଫଳରେ ଅଜିତ୍ ଗୁରୁତର ଆହତ ହୋଇ ଜମି ରେ ପଡ଼ିଥିଲେ। ସହଯୁବକମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ପଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କୋରାପୁଟ ମେଡିକାଲ କଲେଜକୁ ନେଇଥିଲେ। ସେଠାରୁ ଅବସ୍ଥା ଗମ୍ଭୀର ଦେଖି ଏହି ଯୁବକଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯିବା ଯୋଜନା ହୋଇଥିଲା ବେଳେ, ପରିବାର ଆନ୍ଧ୍ର ପ୍ରଦେଶର ଏକ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇବାକୁ ନେଇଥିଲେ। ଗୁରୁବାର ବିଳମ୍ବିତ ରାତିରେ ସେଠାରେ ଚିକିତ୍ସାଧୀନାବସ୍ଥାରେ ଅଜିତଙ୍କ ମୃତ୍ୟୁ ଘଟିଛି। ଏ ଘଟଣା ନେଇ ମୃତ ଯୁବକଙ୍କ ମା’ ଓ ପରିବାର ଲୋକେ ଶୁକ୍ରବାର ସ୍ଥାନୀୟ ପଟାଙ୍ଗି ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିବା ବେଳେ, ଥାନାଧିକାରୀ ଚତୁର୍ଭୁଜ ନାୟକ ଘଟଣା ତଦନ୍ତ ଅବ୍ୟାହତ ଅଛି ବୋଲି ଜଣାଇଛନ୍ତି। ଏ ଅନର୍ଥ ଘଟଣା ଦେଶରେ ବଢ଼ୁଥିବା ତୁଷାରଗ୍ରାସ ମନୋଭାବ, ଅସହିଷ୍ଣୁତା ଓ ଖେଳକୁ ନେଇ ଅତି ଆବେଗ ବିଷୟରେ ଏକ ଚିନ୍ତନ ଜନମାଇଛି।