ବ୍ଲକ ସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା, ତେରେସିଂହାର ମା’ ଜଗତ ଜନନୀ ମହିଳା ଗୋଷ୍ଠୀ ପ୍ରଥମ
କର୍ଲାମୁଣ୍ଡା, ୯ / ୬ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପରିସରରେ ସୋମବାର ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ! ଏଥିରେ ତେରେସିଂହା ମା’ ଜଗତ ଜନନୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପ୍ରଥମ ଏବଂ ଟେର୍ଚାପଲା ମା’ ଲଷ୍ମୀ ନାରାୟଣୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱିତୀୟ ସ୍ଥାନ ରଖି ଜିଲା ପ୍ରତିଯୋଗିତାରେ ସାମିଲ ହେବା ପାଇଁ ମନୋନୀତ ହୋଇଛନ୍ତି ! ପ୍ରଥମ ବିଜୟୀ ଦଳକୁ ୫ ହଜାର ଏବଂ ଦ୍ୱିତୀୟ ଦଳକୁ ୪ ହଜାର ଟଙ୍କା ପୁରସ୍କାର ବାବଦକୁ ପ୍ରଦାନ କରାଯାଇ ଥିବା ବେଳେ ବ୍ଲକସ୍ତରରେ କୃତିତ୍ୱ ପାଇଥିବା ୨ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଟ୍ରଫି ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ! କାର୍ଯ୍ୟକ୍ରମରେ ମୋଟ ୧୪ ସ୍ବୟଂ ସହାୟକ ଗୋଷ୍ଠିର ଶତାଧିକ ସଭ୍ୟ ଭାଗ ନେଇଥିଲେ ! କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଦେବେନ୍ଦ୍ର ସାମଲ, ସମ୍ମାନିତ ଅତିଥି ଭାବେ ତହସିଲଦାର ବିରୂପାକ୍ଷ ନନ୍ଦ, ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଚାନିଧି ପଣ୍ଡା, ଏପିଓ ଲିଜା ବରିହା ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ସିଡିପିଓ କଳ୍ପଲତା ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ ! କାର୍ଯ୍ୟକ୍ରମରେ ଓଡ଼ିଶା ଜୀବନ ଜୀବିକା ମିଶନ ବ୍ଲକ କାର୍ଯ୍ୟକ୍ରମ ସଂଯୋଜିକା ସରୋଜିନୀ ପ୍ରଧାନ, ମିଶନ ଶକ୍ତି ଭାରପ୍ରାପ୍ତ ବିପିସି ନେତ୍ରା ନନ୍ଦ ତାଣ୍ଡି, ଓଏଲଏମ୍ ବିଏଲ୍ସି ଲଳିତ ମୋହନ ବିଶି, ଡମ୍ବରୁଧର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ !