ବିକାଶ ବାହନ କୁ ସ୍ୱାଗତ କଲେ ଶଙ୍କରାଖୋଲ ପଞ୍ଚାୟତ ବାସି
ଚକାପାଦ : ୧୫ / ୬ : ( ଏମ ଓ) ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ) ଚକାପାଦ ବ୍ଲକ ଶଙ୍କରାଖୋଲ ଠାରେ ବିହନ ବାହନ ସଚେତନ ରଥ କୁ ସ୍ୱାଗତ କରାଯାଇଛି ! ଏଥିରେ ପଞ୍ଚାୟତ ର ଯୋଗ୍ୟ ହିତାଦିକାରୀ ଅତିଥି ମାନଙ୍କ ଦ୍ଵାରା ଭତା, ଅନ୍ତୋଦୟ ଯୋଜନା,ଖାଉଟି କାର୍ଡ, ମୁଖ୍ୟମନ୍ତ୍ରୀ କୃଷକ କାର୍ଡ, ଶ୍ରମ କାର୍ଡ ସହିତ ବିଭିନ୍ନ କାର୍ଡ ପ୍ରଦାନ କରାଯାଇଥିଲା ! ଏହା ପରେ ପାଞ୍ଚୟତ ର ବିଭିନ୍ନ ଗ୍ରାମ କୁ ଯାଇ ବିକାଶ ଗାଡି ଜନସାଧାରଣ ଙ୍କୁ ସଚେତନ କରିଥିଲା ! ଏଥିରେ ସରପଞ୍ଚ ଜାନକୀ ପ୍ରଧାନ, ନାଏବ ସରପଞ୍ଚ ମଲେଶ୍ୱର କହଁର,ବିଜେପି ବ୍ଲକ ସଭାପତି ସର୍ବେଶ୍ୱର କହଁର, ବ୍ଲକ ର ପିସି ବିଭୂଭୂଷଣ ପଣ୍ଡା, ଜିପିଓ ଧିରୋଜ କୁମାର ସାବତ, ନୋଡାଲ ଅଫିସର ରୋଶନ କୁମାର ବିଷୋୟୀ, ଏଡିଇଓ ରିତାରାଣୀ ନାୟକ, ଏମ୍ବିକେ ସତବନ୍ତି ଦିଗାଲ, ସାମ୍ବାଦିକ ବାଳକୃଷ୍ଣ କହଁର, ମନୋଜ କୁମାର ଗୌଡ଼ , ପଞ୍ଚାୟତ ର କର୍ମଚାରୀ ତଥା ଜନସାଧାରଣ ଉପସ୍ଥିତ ରହିଥିଲେ ! କାର୍ଯ୍ୟକ୍ରମ କୁ କାର୍ଯ୍ୟନିର୍ବାହୀ ଅଧିକାରୀ ଦୈତାରୀ ପ୍ରଧାନ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ !କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ନବଦୂତ ନିୟୁଜ !