Hot Posts

6/recent/ticker-posts

ସମସ୍ତ ପୋଲିସ କର୍ମଚାରୀ ଙ୍କ ଛୁଟି ବାତିଲ

ଭାରତ ପାକିସ୍ତାନ ଯୁଦ୍ଧ ଓ ଉତ୍ତେଜନାକୁ ଦୃଷ୍ଟିରେ ରଖି, ପଞ୍ଜାବ ଓ ରାଜସ୍ଥାନ ସରକାର ଅତି ସତର୍କ ହୋଇଛନ୍ତି। ପଞ୍ଜାବରେ ସମସ୍ତ ପୁଲିସ ଛୁଟି ବାତିଲ ଓ ୬ଟି ସୀମାନ୍ତ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ କରାଯାଇଛି । ଫିରୋଜପୁର, ପଠାନକୋଟ, ଫାଜିଲକା, ଅମୃତସର, ଗୁରୁଦାସପୁର ଏବଂ ତରନତାରନରେ ଥିବା ସମସ୍ତ ସ୍କୁଲକୁ ବନ୍ଦ କରିଦେଇଛନ୍ତି, ଏପରିଭାବରେ, ରାଜସ୍ଥାନରେ ମଧ୍ୟ ଶ୍ରୀଗଙ୍ଗାନଗର, ବିକାନେର, ଜୟସଲମେର, ବାଡମେର ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ। ପ୍ରଶାସନିକ ଅଧିକାରୀ ଓ ପୁଲିସଙ୍କ ଛୁଟି ବାତିଲ କରାଯାଇଛି ବୋଲି ଖବର ମିଳିଛି ।