ପାକିସ୍ତାନୀ ଲିଙ୍କ ଥିବା ଚାରି ଜଣ ସନ୍ଦିଗ୍ଧ ଚୀନ୍ ନାଗରିକଙ୍କୁ ଗିରଫ
ଭାରତ-ନେପାଳ ସୀମାରେ ଆତଙ୍କ ଚକ୍ରାନ୍ତ ଧରାପଡ଼ିଲା! ରକ୍ସୌଲ ମୈତ୍ରୀ ସେତୁ ନିକଟରେ ଏସ୍ଏସ୍ବି ଚାରି ଜଣ ସନ୍ଦିଗ୍ଧ ଚୀନ୍ ନାଗରିକଙ୍କୁ ଗିରଫ କରିଛି, ଯେଉଁମାନେ ନେପାଳ ଦେଶ ମାର୍ଗରେ ଅବୈଧ ଭାବେ ଭାରତକୁ ଅନୁପ୍ରବେଶ କରୁଥିଲେ। ପ୍ରାଥମିକ ତଦନ୍ତ ଅନୁଯାୟୀ, ସେମାନଙ୍କର ପାକିସ୍ତାନ ସହିତ ଗଭୀର ସଂଯୋଗ ରହିଛି, ଏବଂ ଗତ ସପ୍ତାହ ଧରି କାଠମାଣ୍ଡୁରେ ରହିଥିବା ବେଳେ ଜଣେ ପାକିସ୍ତାନୀ ଯୁବକ ସହ କଥା ହେଉଥିଲେ। ଧରାପଡ଼ିଥିବା ଚିନ୍ ନାଗରିକମାନେ ହିନ୍ଦୀ, ଇଂରାଜୀ, ନେପାଳୀ ଓ ଚାଇନିଜ୍ ଭାଷାରେ କଥା କରିବା ସାହସ ଦେଖାଉଛନ୍ତି, ବୟାନ ବଦଳାଉଛନ୍ତି, ତଥା ତାଙ୍କର ଉଦ୍ଦେଶ୍ୟ ବିଷୟରେ କିଛି କହୁନାହାନ୍ତି। ସେମାନଙ୍କୁ ଏକ ଗୁପ୍ତ ଷ୍ଟାନରେ ନନେଇ ପଚରାଉଚରା ଚାଲିଛି ବୋଲି ଖବର ମିଳିଛି ।