ଅପରେସନ୍ ସିନ୍ଦୂର — ଏପର୍ଯ୍ୟନ୍ତ ଶେଷ ହୋଇନାହିଁ!
ପାକ ଆତଙ୍କ ଉପରେ ଭାରତର ବିଜୟ ଗାଥା — ଅପରେସନ୍ ସିନ୍ଦୂର — ଏପର୍ଯ୍ୟନ୍ତ ଶେଷ ହୋଇନାହିଁ! ଆଜି ଦିଲ୍ଲୀରେ ଆୟୋଜିତ ଏକ ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ପଷ୍ଟ କରିଦେଲେ — ଅପରେସନ୍ ସିନ୍ଦୂର ଏବେ ସରିନାହିଁ , ଏହା ଏବେ ଆରମ୍ଭ ହେଇଛି ! ସିଂହ କହିଛନ୍ତି, “ଭାରତ ଯୁଦ୍ଧ ଚାହେଁନାହିଁ, କିନ୍ତୁ ଯଦି ପାକିସ୍ତାନ ଆକ୍ରମଣ କରିବ, ତେବେ ତାଙ୍କୁ ଦେଶ ଉଚିତ ଜବାବ ଦେବ।” ବୈଠକରେ ଏହି ଆପରେସନ୍ ସହ ଜଡ଼ିତ ଗୁପ୍ତ ତଥ୍ୟ ମଧ୍ୟ ଶେୟର କରାଯାଇଛି, ଯେଉଁଥିରୁ ପ୍ରମାଣିତ — ଭାରତ ପାକ-ଅଧିକୃତ କଶ୍ମୀରର ୯ଟି ଆତଙ୍କବାଦୀ ଅଘାଡ଼କୁ ଧ୍ବଂସ କରିଛି। ପହଲଗାମ୍ ଆତଙ୍କ ଆକ୍ରମଣ ପରେ ଯାହା ଘଟିଛି, ତାହା ରୂପକଥା ନୁହେଁ — ଏହା ଭାରତର ଆତ୍ମସମ୍ମାନ ର ଜବାବ! ଏପର୍ଯ୍ୟନ୍ତ ନିହତ ଆତଙ୍କବାଦୀଙ୍କ ସଂଖ୍ୟା ୧୦୦ କୁ ଛୁଇଁଛି ବୋଲି ଖବର ମିଳିଛି ।