ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ସହିତ ସରକାର କରିଛନ୍ତି ବଡ଼ ପରିବର୍ତ୍ତନ,
ଗ୍ରାମାଞ୍ଚଳର ଲକ୍ଷାଧିକ ଗରିବ ପରିବାର ପାଇଁ ଆଶା ନେଇ ଆସିଛି ଏକ ଧମାକେଦାର ସୁସମ୍ବାଦ! ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ସହିତ ସରକାର କରିଛି ବଡ଼ ପରିବର୍ତ୍ତନ, ପୂର୍ବରୁ ଯେଉଁଠାରେ ୧୩ଟି ସର୍ତ୍ତ ପୂରଣ ଜରୁରୀ ଥିଲା, ଏବେ ଏହାକୁ କମାଇ ୧୦ ଟି କରାଯାଇଛି। ମାତ୍ର ଏହି ୧୦ଟି ସର୍ତ୍ତ ପୂରଣ କଲେ ଘର ମିଳିପାରିବ – ମହିଳା ମୁଖ୍ୟ ପରିବାର, ନିର୍ଶ୍ରୟ ବ୍ୟକ୍ତି, ଦିବ୍ୟାଙ୍ଗ, ଶୌଚାଳୟ ନଥିବା, ଏସସି/ଏସଟି ଓ ସଂଖ୍ୟାଲଘୁ ସମ୍ପ୍ରଦାୟ, ଆଦି ପରିବାରମାନେ ଏହି ଲାଭ ଉଠିପାରିବେ। ଧମାକା ହେଉଛି – ଏବେ ଯଦି ଘରେ ବାଇକ, ଡଙ୍ଗା କିମ୍ବା ଗ୍ୟାସ ଚୁଲା ଥାଏ, ତାହା ଅର୍ଥ ଏହାନୁହେଁ ଯେ ଆପଣ ଅଯୋଗ୍ୟ! ଏହି ସର୍ତ୍ତକୁ ହଟାଇ ଦିଆଯାଇଛି। ଏଥିରେ ଅନେକ ଗରିବ ପରିବାର ପାଇଁ ଅବସର ବଢ଼ିଛି। ମାସିକ ଆୟ ସୀମା ବୃଦ୍ଧି – ୧୦ ହଜାରରୁ ବଢ଼ି ୧୫ ହଜାର ହୋଇଛି ! ପାହାଡ଼ିଆ ଅଞ୍ଚଳରେ ଘର ପାଇଁ ୧.୩୦ ଲକ୍ଷ ଟଙ୍କା ଓ ସାଧାରଣ ଅଞ୍ଚଳରେ ୧.୨୦ ଲକ୍ଷ ଟଙ୍କା ଦିଆଯିବ ବୋଲି ଖବର ମିଳିଛି ।