ପାଟଣାଗଡ ପାର୍ସଲ ବୋମା ମାମଲାରେ ପୁଣି ଏକ ନୂଆ ଟ୍ବିଷ୍ଟ!
ପାଟଣାଗଡ ପାର୍ସଲ ବୋମା ମାମଲାରେ ପୁଣି ଏକ ନୂଆ ଟ୍ବିଷ୍ଟ! ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେର ମଙ୍ଗଳବାର ଭର୍ଚ୍ଚୁଆଲ ମୋଡ୍ରେ କୋର୍ଟରେ ହାଜର ହୋଇଥିଲେ , କିନ୍ତୁ ତାଙ୍କ ବିରୋଧରେ ଆର୍ଗୁମେଣ୍ଟ ଏବେ ଆସନ୍ତା ୯ ତାରିଖକୁ ବିଲମ୍ବ ହୋଇଛି । ସରକାରୀ ଓକିଲ ଆଶିଷ କୁମାର ଚନ୍ଦନ ଏହି ମାମଲାକୁ ଶୀଘ୍ର ରାୟ ଦେବାକୁ ଚେଷ୍ଟା କରୁଛନ୍ତି, ଅନ୍ୟପକ୍ଷରେ ପୁଞ୍ଜିଲାଲଙ୍କ ଓକିଲ ପ୍ରମୋଦ ମିଶ୍ର କିଛି ଦଲିଲ ଦେବା ପାଇଁ ଅବଧି ଚାହିଁଥିଲେ ବୋଲି ଖବର ମିଳିଛି ।