ଓଡିଶା ର ୧୨ଟି ସ୍ଥାନରେ ହେବ ମଙ୍କଡ୍ରିଲ
ଭୁବନେଶ୍ୱର, ୬/୫ : ପହଲଗାମ୍ ଆକ୍ରମଣ ପରେ ଫୁଲ୍ ଆକ୍ସନରେ ଗୃହମନ୍ତ୍ରାଳୟ! ସୋମବାର ହୋଇଥିବା ବୈଠକରେ ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ମଙ୍କଡ୍ରିଲ ଅଭିଯାନ କରିବା ପ୍ରସ୍ତାବ ପାସ୍ ହୋଇଛି। ଏହି ଅଭିଯାନର ଲକ୍ଷ୍ୟ — ଜରୁରୀ ସ୍ଥିତିରେ ନାଗରିକଙ୍କ ସୁରକ୍ଷା ପ୍ରତି ସତର୍କତା ବଢ଼ାଇବା। ଆଜି ଓଡ଼ିଶାର ୧୨ଟି ସ୍ଥାନରେ ବିଶେଷ ମଙ୍କଡ୍ରିଲ କାର୍ଯ୍ୟକ୍ରମ ହେବ। ଏହି ସ୍ଥାନଗୁଡିକ ହେଉଛି — ତାଳଚେର, ଢେଙ୍କାନାଳ, ଜଗତସିଂହପୁର, ପାରାଦୀପ, ହୀରାକୁଦ, ଭୁବନେଶ୍ୱର, ରାଉରକେଲା, ଭଦ୍ରକ, କୋରାପୁଟ, ବାଲେଶ୍ୱର, ଗୋପାଳପୁର ଓ କେନ୍ଦ୍ରାପଡ଼ା ବୋଲି ଖବର ମିଳିଛି ।