ରେଳ ସୁରକ୍ଷା ଉପରେ କଡ଼ା ନଜର — ଷ୍ଟେଶନ ରେ ଫୋଟୋ, ରେକର୍ଡିଂ କରିପାରିବେନି ବ୍ଲଗର ଓ ୟୁଟ୍ୟୁବର
ନୂଆଦିଲ୍ଲୀ, ୨୮ / ୫ : – ଦେଶର ରେଳ ଷ୍ଟେଶନ ଗୁଡ଼ିକ ଏବେ କଠୋର ସୁରକ୍ଷା ମାନକ ରେ ଆସିଯାଇଛି। ଜାତୀୟ ସୁରକ୍ଷାକୁ ନଜର ରଖି, ପୂର୍ବ ରେଳବାଇ ନିଜ ଅଧିକାର କ୍ଷେତ୍ର ଅନ୍ତର୍ଗତ ଷ୍ଟେଶନ ଓ ପ୍ଲାଟଫର୍ମଗୁଡ଼ିକର ବିସ୍ତୃତ ଭିଡିଓ ଓ ଫଟୋଗ୍ରାଫି ଉପରେ ଅନଧିକୃତ ରେକର୍ଡିଂକୁ ସଂପୂର୍ଣ୍ଣ ଭାବେ ପ୍ରତିବନ୍ଧିତ କରିଛି।
ଏହି ନିଷ୍ପତ୍ତି ନେବା ପଛରେ ମୁଖ୍ୟ ଅଭିପ୍ରେରଣ ହେଉଛି ଗତ ଦିନରେ ହରିୟାଣାର ଜ୍ୟୋତି ମାଲହୋତ୍ରା ନାମକ ବ୍ଲଗରଙ୍କ ଗିରଫ ଘଟଣା। ତାଙ୍କ ଉପରେ ଦାବି ହୋଇଥିଲା ଯେ ସେ ରେଳ ଷ୍ଟେଶନର ଭିଡିଓ ଚିତ୍ରଣ କରି ତାହା ପାକିସ୍ତାନକୁ ପଠାଇଥିଲେ। ଏହି ଅଭିଯୋଗ ରେଳ ସୁରକ୍ଷା ବ୍ୟବସ୍ଥା ପ୍ରତି ଏକ ଚିନ୍ତାଜନକ ସନ୍ଦେଶ ଦେଇଛି।
ପୂର୍ବ ରେଳବାଇ ମୁଖପାତ୍ର ଜଣାଇଛନ୍ତି, “ଗୁରୁତ୍ୱପୂର୍ଣ୍ଣ ଷ୍ଟେଶନ ଓ ତାହାର ପରିସରରେ ଯେଉଁ ଭିଡିଓ ବ୍ଲଗ ବା ଫଟୋଗ୍ରାଫି ହେଉଛି, ସେଠି ଏବେ କୌଣସି ଅନଧିକୃତ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ। ସମ୍ପୃକ୍ତ ଅଧିକାରୀମାନେ ଏହା ଉପରେ କଡ଼ା ନଜର ରଖିବେ। ଯଦି କେହି ଏହି ନିଷେଧାଜ୍ଞାକୁ ଉଲ୍ଲଂଘନ କରିଥାନ୍ତି, ସେମାନଙ୍କ ବିରୁଦ୍ଧରେ କାନୁନି ଉପାୟ ଗ୍ରହଣ କରାଯିବ।”
ବ୍ଲଗର ଓ ୟୁଟ୍ୟୁବ ନିର୍ମାତାମାନଙ୍କ ପାଇଁ ଏହି ଆଦେଶ ସ୍ପଷ୍ଟ ସନ୍ଦେଶ — ରେଳ ସୁରକ୍ଷା ଓ ଜାତୀୟ ସ୍ୱାର୍ଥ ସମ୍ବେଦନଶୀଳ ମାମଲା। ଯଦି କୌଣସି ଗଣମାଧ୍ୟମ କିମ୍ବା ନ୍ୟୁଜ ଚ୍ୟାନେଲକୁ ରେଳ ଷ୍ଟେଶନ ସଂପର୍କିତ କାର୍ଯ୍ୟକ୍ରମ କଭରେଜ କରିବାକୁ ହୁଏ, ତେବେ ସେମାନେ ଅନୁମତି ନେଇ ପାରିବେ, କିନ୍ତୁ ସାଧାରଣ ନାଗରିକ ପାଇଁ ଏହି ସୁବିଧା ନାହିଁ।
ଏହି କଡ଼ା ପଦକ୍ଷେପ ପୂର୍ବରୁ ମଧ୍ୟ ବ୍ୟବସ୍ଥିତ ଥିଲା, କିନ୍ତୁ ବର୍ତ୍ତମାନର ଜଣସାଧାରଣ ମଧ୍ୟରେ ବ୍ଲଗିଂ ଓ ଭିଡିଓ ବ୍ଲଗ ରୁଚି ବଢ଼ିଥିବାରୁ ଏହାକୁ ପୁଣିଥରେ ଦୃଢ଼ ଭାବେ କାର୍ଯ୍ୟାନ୍ୱୟ କରାଯାଉଛି