ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ
ନୂଆଦିଲ୍ଲୀ, ୬/୫ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଜାତିଗତ ଜନଗଣନା ମାମଲାରେ ଚିଠି ଲେଖି ରାଜନୈତିକ ମଞ୍ଚରେ ଧମାକା କରିଛନ୍ତି। ସେ ଚିଠି ରେ କହିଛନ୍ତି — ତେଲେଙ୍ଗାନା ମଡେଲ୍କୁ ଗ୍ରହଣ କରନ୍ତୁ ଓ ଶୀଘ୍ର ସମସ୍ତ ରାଜନୈତିକ ଦଳ ସହିତ ଆଲୋଚନା କରିବାକୁ ମୋଦି ଙ୍କୁ ଅନୁରୋଧ କରିଛନ୍ତି । ଖଡ଼ଗେ ଚିଠିରେ ଦାବି କରିଛନ୍ତି ଯେ, ସାମ୍ବିଧାନିକ ସଂଶୋଧନ ମାଧ୍ୟମରେ ୫୦% ସୀମାକୁ ବାତିଲ୍ କରାଯାଉ ଏବଂ ଅନୁଚ୍ଛେଦ ୧୫(୫)କୁ ଘରୋଇ ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ କରାଯାଉ। ସେ କହିଛନ୍ତି – ଜାତିଗତ ଜନଗଣନା ବିଭାଜନକାରୀ ନୁହେଁ, ବରଂ ପଛୁଆ, ଦଳିତ ଓ ଅବହେଳିତ ଲୋକଙ୍କ ଅଧିକାର ଉଦ୍ଘାଟନ କରିଥାଏ।