ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ପାକିସ୍ତାନ ଲଜ୍ଜିତ.......
ନୂଆଦିଲ୍ଲୀ, ୬/୫ : ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ପାକିସ୍ତାନ ପୁଣି ଅନ୍ତର୍ଜାତୀୟ ମଞ୍ଚରେ ଲଜ୍ଜିତ ହୋଇଛି ! ପହଲଗାମ ରେ ଘଟିଥିବା ରକ୍ତରଞ୍ଜିତ ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତ ଯେଉଁ ପ୍ରତିକ୍ରିୟା ଗ୍ରହଣ କରିଛି, ତାହାକୁ ବିଶ୍ୱ ଦେଶମାନେ ସମର୍ଥନ କରିଛନ୍ତି; ବିପରୀତରେ ମିଥ୍ୟା ଦାବି ଏବଂ ଷଡ଼ଯନ୍ତ୍ର ନେଇ ଜାତିସଂଘ ଠାରେ ଲଜ୍ଜିତ ହୋଇଛି ପାକିସ୍ତାନ, ସେଠିଁ ଅସହାୟ ଓ ନିରୁତ୍ତର ହୋଇପଡ଼ିଥିଲା। ବୈଠକରେ ସଦସ୍ୟ ଦେଶଗୁଡିକ ଲସ୍କର-ଏ-ତଇବା ସଂଗଠନର ସମ୍ପୃକ୍ତି ଉପରେ ପ୍ରଶ୍ନ କରିଥିଲେ, ଆତଙ୍କବାଦୀ ମାନେ ଧର୍ମ ଭିତ୍ତିକ ମାରଣାଘାତ କାର୍ଯ୍ୟ କରୁଛନ୍ତି ବୋଲି କଡା ନିନ୍ଦା କରାଯାଇଥିଲା। ଚୀନ ସଦା ବନ୍ଧୁ ବୋଲି କୁହାଯାଉଥିବା ସତ୍ତ୍ୱେ ବୈଠକରେ ନୀରବ ରହିଲା, ଯାହା ପାକିସ୍ତାନ ପାଇଁ ଅପମାନ ହିସାବରେ ବିବେଚିତ। ଏଥିପାଇଁ ଆନ୍ତର୍ଜାତୀକ ମଞ୍ଚରେ ଅନ୍ୟଦେଶମାନେ ପାକିସ୍ତାନଙ୍କୁ ଏହି ମାମଲାକୁ ଭାରତ ସହିତ ଦ୍ୱିପାକ୍ଷିକ ଭାବେ ସମାଧାନ କରିବା ପରାମର୍ଶ ଦେଇଛନ୍ତି