Hot Posts

6/recent/ticker-posts

ସ୍ବାମୀଙ୍କ ନିର୍ଯାତନାରୁ ମୁକ୍ତି ପାଇ ଚିକିତ୍ସାଧୀନ ମହିଳା ହସ୍ପିଟାଲ୍‌ରୁ ନିଖୋଜ

ରେଢ଼ାଖୋଲ, ୧୧/୫ – ଏକ ରହସ୍ୟମୟ ଘଟଣା ମଧ୍ୟରେ ରେଢ଼ାଖୋଲ ଡାକ୍ତରଖାନାରୁ ଜଣେ ଚିକିତ୍ସାଧୀନ ମହିଳା ନିଖୋଜ ହୋଇଯାଇଛନ୍ତି। ମହିଳାଙ୍କ ମା’ ଗୁରୁବାରୀ ବେହେରା ନାମକ ଅଭିଯୋଗକାରୀ ରେଢ଼ାଖୋଲ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ବୌଦ୍ଧ ଥାନା ଅନ୍ତର୍ଗତ ଟାଙ୍ଗରପାଲି ଗ୍ରାମର ନିବାସୀ ସୁନୀତା ବେହେରାଙ୍କ ବିବାହ ବର୍ଷକ ତଳେ ବଲାଙ୍ଗୀର ଜିଲ୍ଲାକୁ ହୋଇଥିଲା। ବିବାହ ପରେ ସ୍ବାମୀଙ୍କ ଦ୍ଵାରା ନିର୍ଯାତନା ଓ ମାରପିଟ ଚାଲିଥିବା ଅଭିଯୋଗ ହେଉଛି। ଗତ ୭ ତାରିଖ ଗୁରୁତର ଆହତ ହେବା ପରେ ସେ ରେଢ଼ାଖୋଲରେ ମା’ଙ୍କ ନିବାସକୁ ଆସିଥିଲେ। ପରେ ସେ ୮ ତାରିଖ ରେ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ହେଲେ ଶନିବାର ରାତିରୁ ସେ ହସ୍ପିଟାଲ୍‌ରୁ ହଠାତ୍ ନିଖୋଜ ହୋଇଯାଇଛନ୍ତି। ଏହାକୁ ନେଇ ମା’ ଗୁରୁବାରୀ ବେହେରା ଆଶଙ୍କା ବ୍ୟକ୍ତ କରିଥିବା ବେଳେ, ଥାନା ପକ୍ଷରୁ ନିଖୋଜ ମାମଲା ରୁଜୁ କରାଯାଇଛି। ଏସ୍‌ଆଇ ଚିତ୍ତରଞ୍ଜନ ମେହେର ଜଣାଇଛନ୍ତି ଯେ, ଡାକ୍ତରଖାନାର ସିସିଟିଭି ଫୁଟେଜ ଯାଞ୍ଚ ଓ ତଦନ୍ତ କାର୍ଯ୍ୟ ଚାଲିଛି।
ଏହି ଘଟଣା ଏହି ଅଞ୍ଚଳର ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ରକ୍ଷାନୀତି ଉପରେ ଗଭୀର ପ୍ରଶ୍ନ ଉଠାଇଛି। ସୁରକ୍ଷା କର୍ମଚାରୀ ଥିବା ସ୍ଥାନରୁ ଏଭଳି ଜଣେ ରୋଗୀର ହଠାତ୍ ଅନୁପସ୍ଥିତି ଦାୟିତ୍ୱ ହୀନତାକୁ ଇଂଗିତ କରୁଛି।