Hot Posts

6/recent/ticker-posts

ନିଟ୍ ପରୀକ୍ଷା ପୂର୍ବରୁ ଧରାପଡ଼ିଲା କୋଟି କୋଟି ଟଙ୍କାର ନକଲି ଗ୍ୟାଙ୍ଗ୍!

ନିଟ୍ ପରୀକ୍ଷା ପୂର୍ବରୁ ଧରାପଡ଼ିଲା କୋଟି କୋଟି ଟଙ୍କାର ନକଲି ଗ୍ୟାଙ୍ଗ୍! ଓଡ଼ିଶାର ୨ ଯୁବକ ସହିତ ୪ ଗିରଫ, ଏହି ଗ୍ୟାଙ୍ଗ୍ ନିଟ୍ ପରୀକ୍ଷା ପାଇଁ ନକଲି ପରୀକ୍ଷାର୍ଥୀ ବସାଇ ଭାରି ଟଙ୍କା ଉପାର୍ଜନ କରୁଥିଲେ। ଗତକାଲି ସ୍ପେସାଲ୍ କ୍ରାଇମ୍ ୟୁନିଟ୍ ଅଭିଯାନ ଚଳାଇ ଓଡ଼ିଶାର ୨ ଯୁବକ ସହିତ ୪ ଜଣକୁ ଗିରଫ କରିଛି। ଗ୍ୟାଙ୍ଗ୍‌ ମାନେ ଏକ ଯୋଜନା ରଖିଥିଲେ—ନିଟ୍ ପରୀକ୍ଷା ଦିନରେ ଅସଲ ପରୀକ୍ଷାର୍ଥୀ ପ୍ରତିବଦଲରେ ଭଡା ରେ ଲୋକଙ୍କୁ ବସାଉଥିଲେ ! ତାଙ୍କ ନିକଟରୁ ୯୦ ଲକ୍ଷ ଟଙ୍କାର ଚେକ୍‌, ଆଡମିଟ୍ କାର୍ଡ, ଆଧାର ଓ ବିଭିନ୍ନ ଡକ୍ୟୁମେଣ୍ଟ ଜବତ ହୋଇଛି। ପୁଲିସ ଜଣାଇଛି, ଏମାନେ ମାତ୍ର ଯୋଗାଡିଆ। ମୁଖ୍ୟ ଖଳନାୟକ ଏବେ ବି ପରଦା ପଛରେ। କିଛି ପରୀକ୍ଷା କେନ୍ଦ୍ର ଓ ମେଡିକାଲ କଲେଜର କର୍ତ୍ତୃପକ୍ଷ ମଧ୍ୟ ଏହି ଗ୍ୟାଙ୍ଗ୍‌ରେ ସାମିଲ ବୋଲି ଆଶଙ୍କା ରହିଛି । ଏବେ କମିସନରେଟ୍ ପୁଲିସ ମୂଳ ଠିକଣା ଉଦ୍‌ଘାଟନ ପାଇଁ ବିହାର ଓ ଝାରଖଣ୍ଡରେ ଚଢ଼ାଉ କରିବ ବୋଲି ଖବର ମିଳିଛି,