ରାଜ୍ୟ ରେ ହେବ ଜନଗଣନା
ରାଜ୍ୟରେ ଜନଗଣନା ପାଇଁ ଦେଖାଯିବ ଏକ ବିଶାଳ ଅଭିଯାନ! ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି ଯେ, ଆସନ୍ତା ଜୁଲାଇ ମାସରୁ ଆରମ୍ଭ ହେବ ରାଜ୍ୟରେ ଘରେ ଘରେ ଜନଗଣନା କାର୍ଯ୍ୟ। ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବା ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଜୁନ୍ ମଧ୍ୟରେ ସୀମା ନିର୍ଦ୍ଧାରଣ ସମାପ୍ତ କରିବା ପାଇଁ ଚାପ ଦିଆଯାଇଛି। ଚମତ୍କାର ଭାବରେ ୩୩ ବର୍ଷ ପରେ ୧,୦୦୦ ରାଜସ୍ୱ ଗାଁ ପାଇଁ ଆବେଦନ ଆସିଛି। ଏଥିରୁ ୩୦୦ ଗାଁକୁ ନୂଆ ରାଜସ୍ୱ ଗାଁ ଭାବରେ ଘୋଷଣା କରାଯାଇଛି। ବାକି ୭୦୦ ଗାଁ ପାଇଁ ନିୟମ ନେଇ ଚର୍ଚ୍ଚା ଜାରି ରହିଛି ବୋଲି ଖବର ମିଳିଛି ।