ପଢ଼ୋଶୀ ପାକିସ୍ତାନ ପୁଣି ଥରେ ତାଙ୍କ ପଇଁତରା ରୂପ ଖୋଲିଛି! ଓ୍ବାଘା ବର୍ଡର ଖୋଲିବା ପ୍ରତୀକ୍ଷା କରୁଥିବା ନିଜ ନାଗରିକଙ୍କୁ ଫେରାଇ ନେବା ବଦଳରେ, ପାକିସ୍ତାନ ସରକାର ବର୍ଡର ବନ୍ଦ କରିଦେଇଛି! ଫଳରେ ଅଟାରୀ ବର୍ଡରରେ ଅନେକ ପାକିସ୍ତାନୀ ନାଗରିକ ୪୦ ଡିଗ୍ରୀ ତାପମାନରେ ‘ନୋ-ମ୍ୟାନ୍ସ ଜୋନ’ରେ ଫସି ରହିଛନ୍ତି।
ପହଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମକୁ ପହଞ୍ଚିଛି। ଭାରତ ଭିସା ରଦ୍ଦ କରି ୪୮ ଘଣ୍ଟା ମଧ୍ୟରେ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବା ଅଲ୍ଟିମେଟମ ଦେଇଥିଲା। କିନ୍ତୁ ଏଥିରେ ବି ନୂଆ ଟ୍ୱିଷ୍ଟ! ପ୍ରଥମ ଦିନ ନିଜ ଲୋକ ନେଇଥିବା ପାକିସ୍ତାନ, ଦ୍ବିତୀୟ ଦିନରେ ବର୍ଡର ବନ୍ଦ କରିଦେଇଛି।
ସଂକଟ ଗଭୀର! ଭାରତ ସରକାର ବର୍ତ୍ତମାନ ଓ୍ବାଘାରେ ଫସିଥିବା ପାକିସ୍ତାନୀଙ୍କୁ ଦେଖି, ଦେଶ ଛାଡ଼ିବା ସମୟ ସୀମାକୁ ବଢ଼ାଇଛି। କିନ୍ତୁ ପ୍ରଶ୍ନ ଏଠାରେ – ନିଜ ନାଗରିକଙ୍କୁ ଖରାରେ ଛାଡ଼ି, କଣ ସତ୍ୟରେ ଏହି ପଡ଼ୋଶୀ ବିଶ୍ୱାସଯୋଗ୍ୟ?