Hot Posts

6/recent/ticker-posts

ଶୃଙ୍ଖଳିତ ରଥଯାତ୍ରା ପାଇଁ ପ୍ରସ୍ତୁତ ଶ୍ରୀକ୍ଷେତ୍ର — ରଥ ଉପରେ ମୋବାଇଲ୍ ବାରଣ

ପୁରୀ, ୨୬ / ୫ : ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ମାତ୍ର କିଛି ସପ୍ତାହ ଅଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ପୁରୀ ପ୍ରଶାସନ ଓ ରାଜ୍ୟ ସରକାର ମିଶି କଡ଼ା ବ୍ୟବସ୍ଥାରେ ଲାଗିଛନ୍ତି। ଏଥର ଯାତ୍ରାରେ ଶୃଙ୍ଖଳ ଓ ନୀତି ଅନୁସାରେ କାର୍ଯ୍ୟ ସଂପାଦନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଜଣାଇଛନ୍ତି।
ଏଥର ରଥଯାତ୍ରା ରଥ ଉପରେ କେହି ମୋବାଇଲ୍ ନେଇଯିବା ଉପରେ କଟକଣା ଲାଗିଛି। ମୋବାଇଲ୍ ରଖିଥିଲେ ସେଠାରେ କେବଳ ଜବତି ନୁହେଁ, ବରଂ ଫୌଜଦାରୀ ମାମଲା ମଧ୍ୟ ହେବ। ସେହିପରି ଅଣସେବାୟତମାନେ ରଥ ଉପରକୁ ଚଢ଼ିବା ଉପରେ ପୂର୍ଣ୍ଣ ପ୍ରତିବନ୍ଧ ଥିବ।
ଅରବିନ୍ଦ ପାଢ଼ୀ ଜଣାଇଛନ୍ତି, ପରିକ୍ରମା ପ୍ରକଳ୍ପ ଉପରେ ବେଆଇନ ଅଟ୍ଟାଳିକା ଉଠୁଛି। ଶ୍ରୀମନ୍ଦିର ଚାରିପାଖରେ ଏହି ଗଢ଼ାଘର ନିର୍ମାଣ ନିୟମ ଉଲ୍ଲଂଘନ କରୁଛି ବୋଲି ସେ ଅଭିଯୋଗ କରି ନଗର ଉନ୍ନୟନ ବିଭାଗକୁ ଜଣାଇବାକୁ କହିଛନ୍ତି। ଅଟ୍ଟାଳିକାଗୁଡ଼ିକର ଉଚ୍ଚତା ନିର୍ଦ୍ଧାରଣ ପାଇଁ ସରକାରକୁ ଚିଠି ଲେଖାଯିବ।
ପଶ୍ଚିମବଙ୍ଗର ଦୀଘା ଜଗନ୍ନାଥ ମନ୍ଦିରକୁ 'ଧାମ' ବୋଲି କୁହାଯିବା ଉପରେ ଗଜପତି ଦିବ୍ୟସିଂହ ଦେବ ଅସନ୍ତୁଷ୍ଟି ପ୍ରକାଶ କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି, ଶ୍ରୀକ୍ଷେତ୍ର ପୁରୀ ହିଁ ଏକମାତ୍ର ଧାମ ଅଟୁଟ ଉଇତିହାସ ଓ ଧାର୍ମିକ ପରମ୍ପରା ଅନୁଯାୟୀ। ଦୀଘାରୁ 'ଧାମ' ଶବ୍ଦ ହଟାଯିବାକୁ ସେ ପଶ୍ଚିମବଙ୍ଗ ସରକାରଙ୍କୁ ଅନୁରୋଧ କରିଛନ୍ତି। ରଥ ଚାରମାଳ ପାଇଁ ତାଳ ଗଛ ମଧ୍ୟ ଢେଙ୍କାନାଳରୁ ଆସିଛି। ଆସନ୍ତା ୨୭ ଜୁନ୍‌ରେ ଆରମ୍ଭ ହେବାକୁ ଯାଉଥିବା ନବଦିନିଆ ରଥଯାତ୍ରା ପାଇଁ ସମସ୍ତ ତରଫରୁ ଜୋରଦାର ପ୍ରସ୍ତୁତି ଚାଲିଛି।
ଏଥର ରଥଯାତ୍ରା ଗଭୀର ଧାର୍ମିକ ଶୃଙ୍ଖଳ ଓ ପରମ୍ପରା ଅନୁଯାୟୀ ଭାବେ ହେବା ପାଇଁ ନିୟମ ବ୍ୟବସ୍ଥାରେ କଡ଼ା ଧାରା ଆଣାଯାଇଛି। ଶ୍ରୀକ୍ଷେତ୍ର ମାନ୍ୟତାକୁ ଅକ୍ଷୁଣ୍ଣ ରଖିବା ସହିତ ଶାନ୍ତିପୂର୍ଣ୍ଣ ଓ ସୁସଂଖଳିତ ଯାତ୍ରା ଲକ୍ଷ୍ୟ ରଖାଯାଇଛି।