Hot Posts

6/recent/ticker-posts

ବାନ୍ଧହେଲେ ଧଳା ଜହର ବେପାରୀ

ରାଜଧାନୀ ଉପକଣ୍ଠ ଖୋର୍ଦ୍ଧାରେ ଧଳାଜହର ଚକ୍ରକୁ ଏସ୍‌ଟିଏଫ୍‌ ଦେଲା ବଡ ଆଘାତ! ଗୁପ୍ତ ସୂତ୍ର ଭିତ୍ତିକ ଅଭିଯାନରେ ଗିରଫ ହେଲେ ବ୍ରାଉନ୍‌ସୁଗର ବେପାରୀ ଜ୍ୟୋତି ସାମନ୍ତରାୟ। ତାଙ୍କ ନିକଟରୁ ଜବତ ହେଲା ୨୬୩ ଗ୍ରାମ ବ୍ରାଉନ୍‌ସୁଗର, ଯାହାର ଆନୁମାନିକ ବଜାର ମୂଲ୍ୟ ୨୫ ଲକ୍ଷ ଟଙ୍କା! ଖବର ଅନୁଯାୟୀ, ବାଲେଶ୍ୱରରୁ ଆସୁଥିବା ଏହି ଘାତକ ମାଦକ ଦ୍ରବ୍ୟ ରାଜଧାନୀ ଅଞ୍ଚଳକୁ ପହଞ୍ଚୁଥିଲା। ଏହି ସମୟରେ ଏସ୍‌ଟିଏଫ୍‌ ଟିମ୍‌ ଗୁଇନ୍ଦା ସୂଚନା ମାଧ୍ୟମରେ ଚଢ଼ାଉ କରି ଜ୍ୟୋତିଙ୍କୁ ଧରି ପକାଇଥିଲେ। ଏହି କାରବାରରେ ଅଧିକ ଲୋକ ସାମିଲ ରହିଛନ୍ତି ବୋଲି ଦାବି କରିଛନ୍ତି ଏସ୍‌ପି ରବି ଶତପଥୀ, ଏବଂ ତଦନ୍ତ ଜାରି ରହିଛି ବୋଲି ଖବର ମିଳିଛି ।