Hot Posts

6/recent/ticker-posts

କାଶ୍ମୀର ସମସ୍ୟା ଉପରେ ଟ୍ରମ୍ପଙ୍କ ମନ୍ତବ୍ୟ , ଯୁଦ୍ଧବିରତି ଅଭିନନ୍ଦନ ନା ବୈଶ୍ୱିକ ରାଜନୈତିକ ନାଟକର ଏକ ଅଂଶ?

ନୂଆଦିଲ୍ଲୀ/ୱାଶିଂଟନ, ୧୨ / ୫ :  – ରୁଷ-ୟୁକ୍ରେନ୍ ଓ ଇସ୍ରାଏଲ-ହମାସ ଯୁଦ୍ଧରେ ମଧ୍ୟସ୍ଥ ଭୂମିକା ନେବାରେ ବିଫଳ ହୋଇଥିବା ପରେ, ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଭାରତ-ପାକିସ୍ତାନ ସମ୍ପର୍କରେ ଏକ ବିବାଦୀୟ ମତ ପ୍ରକାଶ କରିଛନ୍ତି। ତାଙ୍କ ଏହି ମତ କେବଳ ଏକ ବ୍ୟକ୍ତିଗତ ମନ୍ତବ୍ୟ ନୁହେଁ, ବରଂ ଏହା ଆନ୍ତର୍ଜାତିକ ରାଜନୀତିରେ ଆମେରିକାର ସାମ୍ପ୍ରତିକ ଅଭିଗମକୁ ନୂତନ ଆଲୋକ ଦେଖାଇଛି।
ଶନିବାର ଦିନ ତିନିଏ ଟ୍ରୁଥ ସୋସିଆଲରେ ଲେଖିଛନ୍ତି ଯେ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ତାଙ୍କ ଦ୍ୱାରା ପ୍ରଥମେ ହୋଇଥିଲା, ଯାହା ପରେ ଭାରତୀୟ ବୈଦେଶିକ ସଚିବ ଏହାକୁ ସ୍ୱୀକାର କରିଥିଲେ। କିନ୍ତୁ ଏହି ଘୋଷଣା ମାତ୍ର ତିନି ଘଣ୍ଟା ପରେ ତାଲମେଳ ହରାଇଦେଲା, ଯେତେବେଳେ ପାକିସ୍ତାନ ଅସ୍ତ୍ରବିରତି ଭଙ୍ଗ କଲା।
ଟ୍ରମ୍ପଙ୍କ ଅଭିମତ ଅନୁସାରେ, ଭାରତ ଓ ପାକିସ୍ତାନର ନେତୃତ୍ୱ ଦୃଢ଼, ସ୍ଥିର, ଓ ଧୈର୍ଯ୍ୟବାନ୍ – ଏବଂ ସେମାନେ ବୁଝିପାରିବେ ଯେ ବର୍ତ୍ତମାନ ରକ୍ତପାତ ବନ୍ଦ କରିବାର ସମୟ ଆସିଛି। ତେବେ ସେ କେବଳ ତାଙ୍କର ଭାବନା ବ୍ୟକ୍ତ କରି ରହିନାହାନ୍ତି, ସେ କଶ୍ମୀର ବିଷୟକୁ ମଧ୍ୟ ପୁଣିଥରେ ମଝିରେ ଆଣିଛନ୍ତି – ଏବଂ ଏହି ବକ୍ତବ୍ୟ ପାଇଁ ତେଜ ପ୍ରତିକ୍ରିୟା ମିଳିଛି।
କଶ୍ମୀର ମାମଲାରେ ଟ୍ରମ୍ପଙ୍କ ଅବଗତି ଓ ସୂଚନା ଅଭାବ ନିର୍ମଳ ସ୍ପଷ୍ଟ। ଧାରା ୩୭୦ ବିଲୋପ ପରେ ଜମ୍ମୁ-କଶ୍ମୀର ଭାରତର ଅଭିନ୍ନ ଅଂଶ ଭାବରେ ଶାସନାଧୀନ ଅଂଚଳ ଭାବେ ସ୍ଥିର ହୋଇଛି। ଆତଙ୍କବାଦୀ କାର୍ଯ୍ୟକଳାପରେ ମଧ୍ୟ ଗତ ବର୍ଷ ତୁଳନା ରେ ଅନେକ ଅଂଶରେ ହ୍ରାସ ଦେଖାଯାଇଛି।
ଏହି ପରିପ୍ରେକ୍ଷିତିରେ, ଟ୍ରମ୍ପଙ୍କ ମତ କି ବାସ୍ତବ ପ୍ରୟାସ ନା କେବଳ ରାଜନୈତିକ ଆତ୍ମପ୍ରଚାର? ତାଙ୍କର ବକ୍ତବ୍ୟ ଏକପଟିଆ ମନ୍ତବ୍ୟ କିମ୍ବା ଆନ୍ତର୍ଜାତିକ ରଣନୀତିର ଅଂଶ? ଏହି ପ୍ରଶ୍ନ ଏବେ ଚର୍ଚ୍ଚାର ମୁଦ୍ଦା ହୋଇଛି।