ଅମେରିକାରେ ଔଷଧ ଉପରେ ବଜ୍ରପାତ! ଟ୍ରମ୍ପଙ୍କ ନୂଆ ନୀତି ନେଇ ଦୁନିଆ ରେ ଚର୍ଚ୍ଚା!
ଅମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଦେଶରେ ଆମଦାନୀ ହେଉଥିବା ଔଷଧ ଉପରେ ୨୫% ଶୁଳ୍କ ଲାଗିବାକୁ ଯାଉଛି। ଏହି ତାରିଫ୍ ପ୍ରହାର ଦ୍ୱାରା ଅମେରିକୀୟ ଔଷଧ ବଜାରରେ ବର୍ଷିକ $୫୧ ବିଲିୟନ ଅଧିକ ଖର୍ଚ୍ଚ ହେବାର ଆଶଙ୍କା! ଔଷଧ ମୂଲ୍ୟ ୧୨.୯% ପର୍ଯ୍ୟନ୍ତ ବୃଦ୍ଧି ହେବା ନିଶ୍ଚିତ!PhRMA ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ଅମେରିକା ୨୦୨୩ ବିଲିୟନ ଡଲାର ମୂଲ୍ୟର ଔଷଧ ଆମଦାନୀ କରିଥିଲା, ଯାହାର ୭୩% ଆସିଥିଲା ଆୟରଲ୍ୟାଣ୍ଡ, ଜର୍ମାନୀ ଓ ସ୍ୱିଜରଲ୍ୟାଣ୍ଡରୁ। ଏବେ ଏହି ଶୁଳ୍କ ନୀତି ଫାଇଜର, ଏଲି ଲିଲି, ବ୍ରିଷ୍ଟଲ୍ ମାୟର୍ସ ସ୍କ୍ୱିବ୍ ପରି ବଡ଼ କମ୍ପାନୀକୁ ନେଇ ଚିନ୍ତା ଗଭୀର!ଟ୍ରମ୍ପଙ୍କ ଲକ୍ଷ୍ୟ ହେଉଛି ଘରୋଇ ଉତ୍ପାଦନକୁ ଉତ୍ସାହିତ କରିବା, କିନ୍ତୁ ଔଷଧ କମ୍ପାନୀଗୁଡ଼ିକ କହୁଛନ୍ତି – ଏହି ଶୁଳ୍କ ପଛରେ ଏମିତି ଆର୍ଥିକ ଚାପ ଆସିବ, ଯାହା ରୋଗୀଙ୍କ ପାଇଁ ଭୟାବହ!