୨୪ ଜଣ ମାଓବାଦୀ ଙ୍କ ପୋଲିସ ନିକଟରେ ଆତ୍ମସମର୍ପଣ
ଛତିଶଗଡ଼, ୨୯/୪ : ଛତିଶଗଡ଼ର ବିଜାପୁରରେ ମାଓବାଦୀ ଦମନ ଅଭିଯାନ ଅବିରତ ଚାଲିଥିବାବେଳେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପଶ୍ଚିମ ବସ୍ତର ଡିଭିଜନର ୨୪ ଜଣ ମାଓବାଦୀ ଏବେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୧୪ ଜଣଙ୍କ ମୁଣ୍ଡରେ ୨୮.୫୦ ଲକ୍ଷ ଟଙ୍କା ପୁରସ୍କାର ଥିଲା। ଏମାନେ ବିଭିନ୍ନ ହିଂସାପୂର୍ଣ୍ଣ ଘଟଣାରେ ଜଡିତ ଥିଲେ। ମାଓବାଦୀ ସଂଗଠନ ମଧ୍ୟ ଏକ ବିଜ୍ଞପ୍ତି ଜାରି କରି ଶାନ୍ତି ବାର୍ତ୍ତା ପ୍ରସ୍ତାବ ରଖିଛି। ଏହି ଘଟଣା ପ୍ରମାଣ ଦେଉଛି ଯେ ନକ୍ସଲ ଅନ୍ଦୋଳନ ଆସ୍ତେ-ଆସ୍ତେ ଦୁର୍ବଳ ହେଉଛି, ଏବଂ ଅନେକ ଯୁବ ଏବେ ନିରାପଦ ଓ ସାଧାରଣ ଜୀବନ ବାଛିବାକୁ ଚାହୁଁଛନ୍ତି। ଏହି ଆତ୍ମସମର୍ପଣ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କଦମ ଭାବେ ଦେଖାଯାଉଛି