ପାକିସ୍ତାନୀ ଡିଜାଇନର ସହ ଫଟୋ ହେଇ କରିନା କପୁର ଟ୍ରୋଲ
ପହଲଗାମ ଆକ୍ରମଣ ପରେ କରୀନା କପୁରଙ୍କ ପାକିସ୍ତାନୀ ଡିଜାଇନର ସହ ଫଟୋ ଭାଇରାଲ, ସୋସିଆଲ ମିଡିଆରେ ତିବ୍ର ସମାଲୋଚନା ! ଦୁବାଇରେ ଏକ ଇଭେଣ୍ଟରେ ଅଂଶଗ୍ରହଣ କରିବାବେଳେ କରୀନା ପାକିସ୍ତାନୀ ଫ୍ୟାଶନ ଡିଜାଇନର୍ ଫରାଜ ମନନଙ୍କ ସହ ପୋଜ ଦେଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫରାଜ ନିଜ ଇନଷ୍ଟାଗ୍ରାମରେ କରୀନାଙ୍କ ସହ ଫଟୋ ଶେୟାର କରି 'OG Kareena Kapoor' ଲେଖିଥିବା ଦେଖି ୟୁଜରମାନେ ବିସ୍ଫୋରିତ! ଟ୍ୱିଟରରେ ଚାଲିଛି ଜବରଦସ୍ତ ବ୍ୟାକଲାଶ—‘ତାଙ୍କୁ ପାକିସ୍ତାନ ପଠାଅ’, ‘ଦେଶଦ୍ରୋହୀ ବଲିଉଡ’ ଭଳି କମେଣ୍ଟ୍ ଭରିଛି। #ବୟକଟ_ବଲିଉଡ ଦେଶବ୍ୟାପୀ ଟ୍ରେଣ୍ଡିଂ କରୁଛି।