ଭାରତୀୟ କ୍ରିକେଟର ଅମିତ ମିଶ୍ରଙ୍କ ବିରୋଧରେ ତାଙ୍କ ପତ୍ନୀ ଗରିମା ମିଶ୍ର ତେଜ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଅମିତ ତାଙ୍କୁ ୧୦ ଲକ୍ଷ ଟଙ୍କା ଓ ଏକ କାର ପାଇଁ ହଇରାଣ କରୁଥିଲେ, ଏବଂ ଅନ୍ୟ ଝିଅଙ୍କ ସହିତ ସମ୍ପର୍କ ରଖୁଥିଲେ। ତାଙ୍କ ଶ୍ୱଶୁର ଘର ଲୋକ ଯୌତୁକ ଦାବି ନ ପୂରଣ କରିବାରୁ ଗରିମାଙ୍କୁ ବାହାରକୁ ଯିବାକୁ ବାଧା ଦେଇଥିଲେ।ଗରିମା ଘରୋଇ ହିଂସା ମାମଲା ଓ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ଅମିତଙ୍କ ସହ ତାଙ୍କ ପିତା, ମାଆ, ଭାଇ ଓ ଭାଉଜ ମଧ୍ୟ ଅଭିଯୁକ୍ତ। ସେ କହିଛନ୍ତି, ଅମିତ ତାଙ୍କ ମଡେଲିଂର ଅର୍ଜିତ ଟଙ୍କା ହଡ଼ପ କରୁଥିଲେ ଓ ଛାଡପତ୍ର ଦେବାକୁ ଧମକ ଦେଉଥିଲେ।କୋର୍ଟ ଅଭିଯୁକ୍ତଙ୍କୁ ନୋଟିସ ଜାରି କରିଛି, ଶୁଣାଣି ମେ ୨୬ରେ। ଏହି ଅଭିଯୋଗ ରେ କଣ ମିଳିବ ନ୍ୟାୟ?