Hot Posts

6/recent/ticker-posts

ଆୟୁଷ୍ମାନ ଭାରତ’ ଚିକିତ୍ସାରେ ଅବହେଳା କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଘରୋଇ ହସ୍ପିଟାଲମାନେ ହେଲେ ଆଲର୍ଟ! ‘ଆୟୁଷ୍ମାନ ଭାରତ’ ଚିକିତ୍ସାରେ ଅବହେଳା କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ! ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଲାଭ ଏବେ ପ୍ରତ୍ୟେକ ହିତାଧିକାରୀ ପର୍ଯ୍ୟନ୍ତ ପହଞ୍ଚିବ! ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଘରୋଇ ହସ୍ପିଟାଲମାନଙ୍କୁ ଦେଲେ ଚେତାବନୀ — ରୋଗୀଙ୍କୁ ଶ୍ରେଷ୍ଠ ସେବା ଦିଅନ୍ତୁ, ନହିଁଲେ ହେବ କଠିନ କାର୍ଯ୍ୟାନୁଷ୍ଠାନ! ଆଇସିୟୁ-କ୍ରିଟିକାଲ କେୟାର ସମୟରେ ରୋଗୀଙ୍କ ଆଙ୍ଗୁଠିଛାପ ନେବା ଅନିବାର୍ଯ୍ୟ, କିନ୍ତୁ ଯଦି ତାହା ସମ୍ଭବ ନୁହେଁ, ତେବେ ପରିବାର ଲୋକଙ୍କ ଠାରୁ ନେବା ପାଇଁ ଅନୁରୋଧ ଆସିଛି। ପ୍ୟାକେଜ୍ ଦର ନେଇ ଘରୋଇ ହସ୍ପିଟାଲମାନେ ଜଣାଇଥିବା ଚିନ୍ତା ନିମନ୍ତେ ଆଉ ୨-୩ ଥର ବୈଠକ ବସିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।