କାଳବୈଶାଖୀ ର ପ୍ରକୋପ, ବିଦ୍ୟୁତ୍ ତାର ପଡି ଗାଈର ମୃତ୍ୟୁ
ନୂଆପଡ଼ା, ୩୦ / ୪ : ନୂଆପଡ଼ା ସଦର ବ୍ଲକର ଖୁଟବନ ଭେରା ପଞ୍ଚାୟତ ଅନ୍ତର୍ଗତ କରଚୁଳ ଗାଁରେ ବିଦ୍ୟୁତ୍ ବିଭାଗର ଅବ୍ୟବସ୍ଥିତ ଓ ଅଉଦାସୀନ ଚାଳନୀ ଯୋଗୁ କାଳବୈଶାଖୀ ବେଳେ ଏକ ଦୁଧିଆଳି ଗାଈ ଜୀବନ ହରାଇଛି। ସ୍ଥାନୀୟ ବିଷ୍ଣୁ ଶବରଙ୍କ ଗାଈ ଏକ ଖୋଲା ଛାତତଳେ ବନ୍ଧାଯାଇଥିବା ବେଳେ, ହଠାତ୍ କାଳବୈଶାଖୀ ଝଂପରେ ଗାଁ ଭିତରକୁ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ଛିଣ୍ଡି ଗାଈ ଉପରେ ପଡିଥିଲା। ଘଟଣା ସ୍ଥଳରେ ହିଁ ଗାଈର ମୃତ୍ୟୁ ଘଟିଥିଲା। ପାଖରେ ଥିବା ଅନ୍ୟ ଗାଈ ଓ ବିଷ୍ଣୁଙ୍କ ପରିବାର ଲୋକମାନେ ସମୟରେ ପଛେ ହଟିଥିବାରୁ ବଡ ଦୁର୍ଘଟନା ଟଳିଛି। ଘଟଣା ପରେ ଗ୍ରାମବାସୀ ବାରମ୍ବାର ବିଦ୍ୟୁତ୍ ବିଭାଗକୁ ଫୋନ କରି ତାଙ୍କୁ ସଚେତନ କରିଥିଲେ, କିନ୍ତୁ ବିଶେଷ ଦେଖାଶୁଣା ମିଳି ନ ଥିଲା । ବିଳମ୍ବରେ କର୍ମଚାରୀ ଘଟଣା ସ୍ଥଳକୁ ପହଞ୍ଚି ବିଦ୍ୟୁତ୍ ସରବରାହ ବନ୍ଦ କରିଥିଲେ। ଗ୍ରାମବାସୀମାନେ ବିଦ୍ୟୁତ୍ ବିଭାଗ ପ୍ରତି ତୀବ୍ର ଅସନ୍ତୋଷ ଜଣାଇ କହିଛନ୍ତି, ୭ ଦିନ ମଧ୍ୟରେ ପ୍ରତିକ୍ଷାପୂରଣ ନ ମିଳିଲେ ସେମାନେ ରାଜପଥ ଅବରୋଧ କରିବେ।