Hot Posts

6/recent/ticker-posts

ମୁଖ୍ୟମନ୍ତ୍ରୀ ଙ୍କ ବଡ଼ ଘୋଷଣା, ଶିଶୁମାନଙ୍କ ପାଠଶାଳାକୁ ଆସୁଛି ‘ଯାଦୁପେଡ଼ି

ଶିଶୁମାନଙ୍କ ପାଠଶାଳାକୁ ଆସୁଛି ‘ଯାଦୁପେଡ଼ି’! ଖେଳ-ମନୋରଞ୍ଜନ ମାଧ୍ୟମରେ ଆବାସିକ ଶିକ୍ଷାର ନୂଆ ଅଭିଯାନ! ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ ରାଜ୍ୟର ୪୫ ହଜାର ସ୍କୁଲର ପ୍ରଥମ ଦୁଇ ଶ୍ରେଣୀ ଓ ଶିଶୁ ବାଟିକାର ପିଲାମାନଙ୍କୁ ଦିଆଯିବ ‘ଯାଦୁପେଡ଼ି’ କିଟ୍! ଏହି କିଟ୍‌ ମଧ୍ୟରେ ରହିବ ରଙ୍ଗିନ ପୁସ୍ତକ, ଚିତ୍ର, ବିଜ୍ଞାନ, ଭୂଗୋଳ, ଗଣିତ ଓ ସାଧାରଣଜ୍ଞାନ ର ଆମୋଦଦାୟକ ଶିକ୍ଷା ସାମଗ୍ରୀ। ଏହି ଉଦ୍ୟମରେ ନୂଆ ମନୋରଞ୍ଜନ ଶିକ୍ଷା ଓ ପିଲାମାନଙ୍କୁ ମିଳିବ ନୂଆ ଅନୁଭବ। ଏନ୍‌ସିଇଆରଟି ପକ୍ଷରୁ ପ୍ରସ୍ତୁତ ଏହି କିଟ୍‌ ଆଶା ଅନୁଯାୟୀ ଛୋଟ ପିଲାମାନଙ୍କୁ ପାଠ ପ୍ରତି ଆକୃଷ୍ଟ କରିବ। 90 କୋଟି ଟଙ୍କା ବ୍ୟୟରେ ଆରମ୍ଭ ହେଉଥିବା ଏହି ଯାଦୁପେଡ଼ି ଅଭିଯାନ ଓଡ଼ିଶାର ଶିଶୁ ଶିକ୍ଷାକୁ ଦେଉଛି ଏକ ନୂଆ ରୂପ ବୋଲି ଖବର ମିଳିଛି