ପାକିସ୍ତାନ କୁ ଲାଗିଲା ବଡ଼ ଝଟକା
ପାକିସ୍ତାନ ପାଇଁ ବଡ଼ ଝଟକା! ପାକିସ୍ତାନର ଘନିଷ୍ଠ ମିତ୍ର ଆଜରବାଇଜାନ ଭାରତ ସହିତ ସମ୍ପର୍କକୁ ଆଉ ଦୃଢ଼ କରିଛି । ଆଜରବାଇଜାନ ର ବାକୁରୁ ଠାରୁ ଅହମ୍ମଦାବାଦକୁ ଜୁଲାଇ ୪ରୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ! ଏହି ସେବା ସପ୍ତାହରେ ଚାରି ଦିନ ଚାଲିବ। ବର୍ତ୍ତମାନ ବାକୁରୁ ଦିଲ୍ଲୀ ଓ ମୁମ୍ବାଇକୁ ବିମାନ ସେବା ଚାଲିଛି ଓ ଜୁନ ୧୬ରୁ ମୁମ୍ବାଇ ଲାଗି ସେବା ପ୍ରତିଦିନ ହେବ। ଏହି ନୂଆ ଯୋଗାଯୋଗ କେବଳ ବ୍ୟବସାୟ ଓ ପର୍ଯ୍ୟଟନକୁ ବଢ଼ାଇବ ତାହା ନୁହେଁ, ବରଂ ଭାରତ-ଆଜରବାଇଜାନ ମିତ୍ରତାକୁ ମଜବୁତ କରି ପାକିସ୍ତାନକୁ ଦେଇଛି ବଡ଼ ଧକ୍କା ବୋଲି ଖବର ମିଳିଛି ।