ବୋର୍ଡ଼ର ରେ ସମୟ ପୂର୍ବରୁ ଫସଲ କଟା, ହେବକି ଯୁଦ୍ଧ
ପହଲଗାମ୍ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ତୀବ୍ର ହେଉଥିବା ସମୟରେ, ପଞ୍ଜାବ ସୀମାନ୍ତ ଅଞ୍ଚଳରେ ଚାଷୀମାନେ ଫସଲ ବଞ୍ଚାଇବା ପାଇଁ ଦୌଡ଼ ଲଗାଇଛନ୍ତି। ବିଏସ୍ଏଫ୍ ଅଧିକାରୀମାନେ ଚାଷୀଙ୍କୁ ୪୮ ଘଣ୍ଟା ମଧ୍ୟରେ ଫସଲ ଅମଳ କରି ଜମି ଖାଲି କରିବାକୁ ସଂକେତ ଦେଇଛନ୍ତି। ଅମୃତସର, ତର୍ନତରନ , ଫିରୋଜପୁର ଓ ଫାଜିଲକା ଜିଲ୍ଲାର ଗ୍ରାମ ଗୁରୁଦ୍ୱାରାରେ ଘୋଷଣା ହୋଇଛି — "ଅବିଳମ୍ବ ଫସଲ ଉଠାଅ!" ଯୁଦ୍ଧ ଆଶଙ୍କାରେ ସୀମା ଗେଟ୍ ଅପେକ୍ଷା କରିନଥାଏ; , ଗେଟ୍ ବନ୍ଦ ହେଉଥିବାର ସତର୍କ ବାର୍ତ୍ତା ମିଳିଛି। ଭାରତ-ପାକିସ୍ତାନ ଜିରୋ ଲାଇନ୍ ନିକଟରେ ଥିବା ପ୍ରାୟ ୪୫,୦୦୦ ଏକର ଜମିରେ ଗହମ୍ ଫସଲ ଆହୁରି ଅପରିପକ୍କ ରହିଛି । ପଞ୍ଜାବ ସୀମାନ୍ତ କିଷାନ ସଂଘର ଉପାଧ୍ୟକ୍ଷ ସୁର୍ଜିତ ସିଂ ଭୁରା କହିଛନ୍ତି, “ବିଏସ୍ଏଫ୍ ଆମକୁ ସ୍ପଷ୍ଟ କହିଛି — ଆଜି ସନ୍ଧ୍ୟା ପୂର୍ବରୁ ଫସଲ ଉଠାଇ ନିଅ।” ସୀମାରେ ତଣାତଣି ମଧ୍ୟରେ ଚାଷୀମାନେ ଅପୂର୍ଣ୍ଣ ଫସଲ ସଂଗ୍ରହ କରିବା ପାଇଁ ଦିନର ରୁ ରାତି ପର୍ଯ୍ୟନ୍ତ ପ୍ରଚେଷ୍ଟା କରୁଛନ୍ତି।