Hot Posts

6/recent/ticker-posts

ଭୁବନେଶ୍ୱର ରେଳ ଷ୍ଟେଶନରେ ଆର୍‌ପିଏଫ୍‌ ଫ୍ଳାଗ ମାର୍ଚ୍ଚ

ପହଲଗାମର ଆତଙ୍କ ଆକ୍ରମଣ ପରେ ସମ୍ପୂର୍ଣ୍ଣ ଦେଶ ହାଇ ଆଲର୍ଟରେ! ଦିଲ୍ଲୀ, କୋଲକାତା, ଚେନ୍ନାଇ ଓ ଭୁବନେଶ୍ୱର ସମେତ ବଡ଼ ସହରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ା ହୋଇଛି। ଭୁବନେଶ୍ୱର ରେଳ ଷ୍ଟେଶନରେ ଆର୍‌ପିଏଫ୍‌ ଫ୍ଳାଗ ମାର୍ଚ୍ଚ କରି ସଚେତନତା ବଢ଼ାଇଛି। ମେଟାଲ୍ ଡିଟେକ୍ଟର ସହ ଯାତ୍ରୀମାନେଙ୍କ ତନ୍ନତନ୍ନ ତଲାଶି ଚାଲିଛି। ସମସ୍ତଙ୍କୁ ସତର୍କ କରାଯାଇଛି – କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ବସ୍ତୁ ଦେଖିଲେ ତୁରନ୍ତ ଆର୍‌ପିଏଫ୍ କିମ୍ବା ଜିଆର୍‌ପିକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି ବୋଲି ଖବର ମିଳିଛି