ଏବେ ମନଇଚ୍ଛା ଲଗେଇପାରିବେନି ଅଶୋକସ୍ତମ୍ଭ
ଜାତୀୟ ଚିହ୍ନ ଉପରେ ଅପବ୍ୟବହାର ଉପରେ ରୋକ ! ରାଜ୍ୟରେ ଏବେ କୌଣସି ବ୍ୟକ୍ତିବିଶେଷ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ନିଜ ଇଚ୍ଛାରେ ଭାରତର ଗର୍ବ, ଜାତୀୟ ଚିହ୍ନ (ଅଶୋକସ୍ତମ୍ଭ) ବ୍ୟବହାର କରିପାରିବେ ନାହିଁ! ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମସଚିବ ଜି. ପାର୍ଥସାରଥିଙ୍କ ଚିଠି ଅନୁଯାୟୀ, ଭାରତର ଜାତୀୟ ଚିହ୍ନ ବ୍ୟବହାର ସଂପୂର୍ଣ୍ଣ ଆଇନ ଏବଂ ନିୟମ ଅନୁଯାୟୀ ହେବା ଦରକାର। ରାଜ୍ୟ ସରକାର ତତ୍ପରତା ପ୍ରଦର୍ଶନ କରି ସମସ୍ତ ଆର୍ଡିସି ଓ ଜିଲ୍ଲାପାଳଙ୍କୁ ପତ୍ର ଜାରି କରିଛି। କିନ୍ତୁ ଚିନ୍ତାଜନକ ଅବସ୍ଥା — କେଉଁଠି କେଉଁଠି ଅଶୋକସ୍ତମ୍ଭର ସହିତ "ସତ୍ୟମେବ ଜୟତେ" ଲିଖା ନାଥିବା ନଜରକୁ ଆସିଛି, ଯାହା ଭାରତର ଗର୍ବ ପ୍ରତି ଅପମାନ! ଏହି ଉଲ୍ଲଂଘନକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ।