Hot Posts

6/recent/ticker-posts

ପ୍ରେସ କ୍ଲବ, ବସ୍ତାର ସାଙ୍ଗଠନିକ ବୈଠକ l

ବାଲେଶ୍ଵର, ୧୧/୧୦ (ପ୍ରଭାକର ମଲ୍ଲିକ) : ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ବାହାର୍ଦ୍ଦା ଡାକବଙ୍ଗଳା ଠାରେ ପ୍ରେସ କ୍ଲବ, ବସ୍ତାର ସାଙ୍ଗଠନିକ ବୈଠକ ଓ ଶାରଦୀୟ ବନ୍ଧୁମିଳନ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି l କ୍ଲବ ସଭାପତି ବିଜୟ କୁମାର ଭୂୟାଁ ଏହି ବୈଠକରେ ସଭାପତିତ୍ବ କରି ସ୍ୱାଗତ ଭାଷଣ ଦେଇଥିଲେ l ଉପଦେଷ୍ଟା ବ୍ରଜମୋହନ, ମିଶ୍ର, ବାଞ୍ଛାନିଧି ଦେ, ମନୀଷ ରାଇମୋଗିଆ, ରଞ୍ଜନ ବେହେରା, ହରିଶଙ୍କର ପାଣି ଯୋଗ ଦେଇ ଆଗାମୀ ଦିନରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯିବା ସହ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଦିଗରେ ସଂଗଠନର କାର୍ଯ୍ୟଧାରା ଜାରି ରହିବ ବୋଲି କହିଥିଲେ l ଗଣମାଧ୍ୟମ ସହ ସାଧାରଣ ଲୋକଙ୍କୁ ସିଧାସଳଖ ଯୋଡି ହେଲେ ପ୍ରତ୍ୟେକ ସମସ୍ୟାର ସମାଧାନ ସମ୍ଭବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା l ଏହି ଅବସରରେ ନବାଗତ ସଦସ୍ୟମାନଙ୍କୁ ସ୍ୱାଗତ, ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟରେ ମଧୁସୂଦନ ପଣ୍ଡିତ, ମାନସ ରଞ୍ଜନ ବେହେରା, ଜଗତ କୁମାର ଗିରି, ସୀତାକାନ୍ତ ଦାସ, ବସନ୍ତ କୁମାର ଭଦ୍ର,ଚାନସେଲର ରାଉତ, ବେଣୁଧର ଦାସ, ପ୍ରଶାନ୍ତ ସେନାପତି, ଦିଲ୍ଲୀପ ପଣ୍ଡା, ଜନ୍ମେଜୟ ପରିଡା, ସନ୍ତୋଷ ନାୟକ, ତୁଷାର ମାଝୀ ପ୍ରମୁଖ ଉପସ୍ଥିତ ରହି ସାଙ୍ଗଠନିକ ଆଲୋଚନା କରିଥିଲେ l


ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l