ସିଂଲା ଥାନାରେ ଶାନ୍ତି କମିଟି ବୈଠକ
ବାଲେଶ୍ଵର, ୧୧ /୧୦ (ପ୍ରଭାକର ମଲ୍ଲିକ) : ଜଗତ ଜନନୀ ମା ଦୂର୍ଗାଙ୍କର ପୂଜା କୁ ଆଖି ଆଗରେ ରଖି କିଭଳି ଶାନ୍ତି ଶୃଙ୍ଖଳାର ସହିତ ପୂଜା ସରିବ ସେଥି ପାଇଁ ଆଜି ବାଲେଶ୍ବର ଜିଲ୍ଲା ସିଂଲା ଥାନା ଆନୁକୂଲ୍ଯ ରେ ଭାରପ୍ରାପ୍ତ ଅଧିକାରୀ ସୁଚନ୍ଦ୍ର ମହାଳିକ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନ ରେ ଶାନ୍ତି କମିଟି ଗଠନ ହୋଇଯାଇଛି l ଏଥିରେ ସିଂଲା ଥାନା ଅଞ୍ଚଳର ହେବାକୁ ଥିବା ଦୂର୍ଗା ପୂଜା କମିଟିର ସଦସ୍ଯ ମାନଙ୍କୁ ଆହ୍ୱାନ କରାଯାଇଥିଲା l ସମସ୍ତଙ୍କର ସହଯୋଗରେ ଯେପରି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନକରି ଶାନ୍ତି ଶୃଙ୍ଖଳାର ସହିତ ଏହି ପୂଜା ସମ୍ପନ୍ନ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ଏସ ଆଇ ତପନ କୁମାର ଜେନା,ଏସ ଆଇ କସ୍ତୁରୀ ରଞ୍ଜନ ସାହୁ,ଏ ଏସ ଆଇ ପବିତ୍ର ମୋହନ ରାଉତ, ଏ ଏସ ଆଇ ରାଜେଶ କୁମାର ମହାପାତ୍ର,ଏ ଏସ ଆଇ ଚନ୍ଦ୍ର ସୋରେନ, ଏ ଏସ ଆଇ ବବି ମିଶ୍ର, କନେଷ୍ଟବଳ ମଧୂ ବାସ୍କେ, ଛବି ହାଁସଦା, ରାମ ସୋରେନ, ଉଦ୍ଧବ ଚାମ୍ପିଆ, ଜେସାଇ ଟୁଡୁ, ଗଣେଶର ମୁର୍ମୁ, ସନ୍ତୋଷ କୁମାର ପ୍ରଧାନ, ରବିନ୍ଦ୍ର ପରିଡା, ପ୍ରମୁଖ ଉପସ୍ଥିତ ଥିଲେ । ଏଥି ସହିତ ସମସ୍ତ ପୂଜା କମିଟିର ସଦସ୍ଯ ମାନେ ଏହି ବୈଠକରେ ଯୋଗଦେଇଥିଲେ
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l