Hot Posts

6/recent/ticker-posts

ବାୟୁ ସେନାରୁ ଅବସର ପରେ ବୀର ଯବାନ ଙ୍କୁ ନିଜ ମାଟିରେ ଭବ୍ୟ ସ୍ୱାଗତ l

ବାଲେଶ୍ଵର, ୦୯/୧୦ (ପ୍ରଭାକର ମଲ୍ଲିକ) : ଦେଶ ସେବାରେ ଜୀବନର ୨୦ ବର୍ଷ ଦେଇ ନିଜ ମାଟିକୁ ଫେରିଛନ୍ତି ବସ୍ତା ବ୍ଲକ ଭେଲୋରା ମାଟିର ବୀର ପୁଅ ସରଜେଣ୍ଟ ଅବନୀ କୁମାର ମହାନ୍ତି। ତାଙ୍କ ଆଗମନରେ ପୁରା ଗାଁ ଦୁଲୁକି ଉଠିଛି। ଭାରତୀୟ ବାୟୁ ସେନାରେ ସରଜେଣ୍ଟ ଭାବେ ଦୀର୍ଘ ୨୦ ବର୍ଷ ଧରି ନିଷ୍ଠାର ସହ ସେବା କରି ଅବସର ଗ୍ରହଣ କରିଛନ୍ତି ଶ୍ରୀଯୁକ୍ତ ମହାନ୍ତି। ଆଜି ମଧ୍ୟାହ୍ନରେ ସେ ଜଳେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବା ମାତ୍ରେ ଗ୍ରାମବାସୀ, ଏବଂ ତାଙ୍କର ପିଲାଦିନର ସାଙ୍ଗମାନେ ଫୁଲମାଳ ଓ ଔପଢକନ ଦେଇ ଭବ୍ୟ ସ୍ୱାଗତ କରିଥିଲେ। ଷ୍ଟେସନରୁ ଗାଁ ପର୍ଯ୍ୟନ୍ତ ବାଇକ ରାଲି କରି ତାଙ୍କୁ ପାଛୋଟି ଆଣିଥିଲେ ଯୁବକ ମାନେ। ରାସ୍ତା ସାରା "ଭାରତ ମାତା କୀ ଜୟ" ନାରେ ପ୍ରକମ୍ପିତ ହୋଇଥିଲା। ଏହି ଅବସରରେ ଅବନୀ କୁମାର ମହାନ୍ତି କହିଛନ୍ତି, ଦେଶ ପାଇଁ ସେବା କରିବା ମୋ ଜୀବନର ସବୁଠୁ ବଡ ଗର୍ବ। ଏବେ ଗାଁ ମାଟି ପାଇଁ କିଛି କରିବାକୁ ଚାହେଁ। ତାଙ୍କ ଏହି ପ୍ରତ୍ୟାବର୍ତନ ସ୍ଥାନୀୟ ଯୁବକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି। ଏହି କାର୍ଯ୍ୟକ୍ରମ ରେ ତାପସ କୁମାର ମହାନ୍ତି, ପ୍ରହଲ୍ଲାଦ ବେହେରା, ଜିତେଶ ମହାନ୍ତି, ଗୌରୀଶଙ୍କର ଜେନା, ଗୌରାଙ୍ଗ ସାହୁ, ତ୍ରିଲୋଚନ ପ୍ରଧାନ, ଶିବବ୍ରତ ସାହୁ, ଶଶିକାନ୍ତ ସାହୁ ନିତ୍ୟାନନ୍ଦ ସାହୁ, ସୁଜିତ ଧଳ, ଦିବ୍ୟପ୍ରକାଶ ଜେନା, ପିଲା ଦିନର ସାଙ୍ଗ ସାମ୍ବାଦିକ ବସନ୍ତ କୁମାର ଭଦ୍ର ଓ ବହୁ ଯୁବକ ଉପସ୍ଥିତ ଥିଲେ।


ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l