ବାଲେଶ୍ଵର, ୧୦/୧୦ (ପ୍ରଭାକର ମଲ୍ଲିକ) : ଆସନ୍ତା ୧୫ ତାରିଖରେ ସମଗ୍ର ଓଡିଶାରେ ହେବାକୁ ଯାଉଥିବା ବେଳେ ଶୁକୃବାର ସଭାପତି ଏବଂ ସମ୍ପାଦକ ପଦ ଲାଗି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପାର୍ଥୀ ମାନେ ସିଦ୍ଧେଶ୍ବର ଡିଗ୍ରୀ ମହାବିଦ୍ୟାଳୟ ଏ ଭି ଭିପି ପକ୍ଷରୁ ସଭାପତି ଭାବେ ନିର୍ଦୋଷମିତା ଚାନ୍ଦ, ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ, ବିଜୁ ଛାତ୍ର ଜନତା ପକ୍ଷରୁ ସଭାପତି ଭାବେ ପ୍ରସନ ସିଂ,ସାଧାରଣ ସମ୍ପାଦକ ଭାବେ ଚିନ୍ମୟ କୁମାର ବେହେରା ଭବେ ନାମାଙ୍କନ ଦାଖଲ କରିଥିଲେ, ସେହିପରି ଛାତ୍ର କଂଗ୍ରେସ ନିର୍ବାଚନରେ ଭାଗ ନେଇ ନାହାଁନ୍ତି। ସେହିପରି ସଦର ବ୍ଲକ ଅନ୍ତର୍ଗତ ରୂପସା ନୀଳମଣି ମହାବିଦ୍ୟାଳୟରେ ତିନଟି ଦଳ ବିଶାଳ ପଟୁଆରରେ ଆସି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିସିଜେଡି ପକ୍ଷରୁ ସଭାପତି ଭାବେ ବିଷ୍ଣୁପ୍ରିୟା ଦାସ ଓ ସାଧାରଣ ସମ୍ପାଦକ ଭାବେ ଜୀବନ ରାଉତ। ଏଭିବିପି ପକ୍ଷରୁ ସଭାପତି ଭାବେ ଶିବଶଙ୍କର ବାରିକ, ସାଧାରଣ ସମ୍ପାଦକ ଭାବେ ରଞ୍ଜନ ସେଠୀ ଓ ଏନ ଏସ ୟୁ ଆଇ ପକ୍ଷରୁ ସଭାପତି ଜୟଶ୍ରୀ ସାହୁ ,ସାଧାରଣ ସମ୍ପାଦକ ଭାବେ ସରୋଜ ମାଇତି ନିର୍ବାଚନରେ ପାର୍ଥୀପତ୍ର ଦାଖଲ କରିଥିବା ବେଳେ ଅନ୍ୟ ପ୍ରାର୍ଥୀ ମାନେ ବିଭିନ୍ନ ପଦ ପଦବୀରେ ପାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।ପରେ କଲେଜ କତୃପକ୍ଷଙ୍କ ଦ୍ଵାରା ନୋଟିସ ଦ୍ଵାରା ପାର୍ଥି ମାନଙ୍କ ନାମ ପ୍ରକାଶ କରାଯାଇଥିଲା।ତେବେ କ୍ୟାମ୍ପାସ ସମସ୍ୟା,ଛାତ୍ର ଅଧିକାର ଓ ଗୁଣାତ୍ମକ ଶିକ୍ଷାର ବିକାଶକୁ ପ୍ରସଙ୍ଗ କରି ମୈଦାନକୁ ଓଲ୍ଲାହି ଥିବା ବେଳେ ଶେଷରେ ବାଜି କିଏ ମାରିବ କ୍ୟାମ୍ପାସ ଠାରୁ ଗ୍ରାମ ଗ୍ରାମରେ ଚର୍ଚ୍ଚା ଜୋର ଧରିଛି।ତେବେ ଶାନ୍ତି ଶୃଙ୍ଖଳା ସହ ନାମାଙ୍କନ କରିବା ପାଇଁ ବସ୍ତା ଓ ରୂପସା ଥାନା ଅଧିକାରୀ ଦାୟିତ୍ଵରେ ଥିବା ରଣଜିତ ସାହୁ, ଏ ଏସ ଆଇ ଧୃତରାଷ୍ଟ୍ର ମଲ୍ଲିକ, ବିକାସ ସେଠୀ, ସେହିପରି ଅମର୍ଦାରୋଡ ଏସ ଆଇ ବାରିକ ସଦଳବଳେ ଉପସ୍ଥିତ ରହି ଥିଲେ।
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
