Hot Posts

6/recent/ticker-posts

କୁଳିଦାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା l

ବାଲେଶ୍ଵର, ୧୦/୧୦ (ପ୍ରଭାକର ମଲ୍ଲିକ) : ରାଜ୍ୟ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୯ ପର୍ଯ୍ୟନ୍ତ ଚାଲୁଥିବା ଜନସମ୍ପର୍କ ପଦଯାତ୍ରା ଆଜି ବସ୍ତା ବ୍ଲକ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୪ ଟି ପଞ୍ଚାୟତକୁ ନେଇ କୁଳିଦା ପଞ୍ଚାୟତର ପଞ୍ଚୁରୁଖି ଠାରୁ ଗୁଡିଖାଳ ବଜାର ପର୍ଯ୍ୟନ୍ତ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପଦଯାତ୍ରା ପରେ ଗୁଡିଖାଳ ବଜାର ଠାରେ ବସ୍ତା ବ୍ଲକ ସଭାପତି ମହାଦେବ ଦାସଙ୍କ ସଭାପତିତ୍ବରେ ଏକ ଜନସମ୍ପର୍କ ସମାବେଶ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମକୁ ବିଜେଡି ପୂର୍ବତ୍ତନ ମନ୍ତ୍ରୀ ତାହା ରାଜ୍ୟ ଉପସଭାପତି ରଘୁନାଥ ମହାନ୍ତି ଯୋଗ ଦେଇ କାର୍ଯ୍ୟକ୍ରମ କୁ ଫିତା ଓ ନଡ଼ିଆ ଫଟାଇ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କୁଳିଦା ସରପଞ୍ଚ ଅନ୍ନପୂର୍ଣ୍ଣା ସେନାପତି ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଅନ୍ୟତମ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ରଘୁନାଥ ମହାନ୍ତି,ଜଳେଶ୍ୱର ବିଧାୟକ ଅଶ୍ଵିନୀ କୁମାର ପାତ୍ର,ଜିଲ୍ଲା ପରିଷଦ ଉପ ସଭାନେତ୍ରୀ ଅନୁସୟା ପ୍ରଧାନ, ଜଳେଶ୍ୱର ବ୍ଲକ ଅଧ୍ୟକ୍ଷ ମାନସ ଜେନା,ଜଳେଶ୍ୱର ମହିଳା ସଭାନେତ୍ରୀ ସୁବିନିତା ଦତ୍ତ,ବସ୍ତା ବ୍ଲକ କାର୍ଯ୍ୟକାରୀ ସଭାପତି ଅନାଦି ଦାସ, ଉପସଭାପତି ପୂର୍ଣ୍ଣଚନ୍ଦ୍ର ଜେନା,ବ୍ଲକ ସମ୍ପାଦକ ସୁନିଲ୍ କୁମାର ସେନାପତି, ୧୪ ନଂ ଜିଲ୍ଲା ପରିଷଦ ବିଷ୍ଣୁପ୍ରିୟା ବୁଗୁଡି, ପ୍ରାକ୍ତନ ମହିଳା ସଭାନେତ୍ରୀ ଲିପିକା ରାଉଳ, ଜିଲ୍ଲା ଉପସଭାପତି ପ୍ରଦୀପ ବେହେରା, ଜିଲ୍ଲା ସମ୍ପାଦକ ଯୋଗେନ୍ଦ୍ର ରାଜ, ଜିଲ୍ଲା ନେତ୍ରୀ ଦେବଜାନୀ ମହାନ୍ତି, ନଟାକଟା ସରପଞ୍ଚ ବନ୍ଦନା ସେଠୀ,ସାଧାରଣ ସମ୍ପାଦକ ତପନ କୁମାର ଦାସ ମହାପାତ୍ର,କୁଳିଦା ପଞ୍ଚାୟତ ସଭାପତି ପୂର୍ଣ୍ଣଚନ୍ଦ୍ର ସେନାପତି, ପୁରୁଷୋତ୍ତମପୁର ସଭାପତି ବିଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଦଳୀୟ ସଙ୍ଗଠନକୁ ମଜବୁତ କରିବା ଓ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଏକତାବଦ୍ଧ ହୋଇ କାର୍ଯ୍ୟ କରିବା ସମ୍ପର୍କରେ ଉପସ୍ଥିତ ସହସ୍ରାଧିକ କର୍ମୀ ଙ୍କୁ ଅବଗତ କରେଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସମାଜସେବୀ ଜୟକୃଷ୍ଣ ସେନାପତି, ଭେଲୋରା ସଭାପତି ଜଗନ୍ନାଥ ଜେନା, ସନ୍ତୋଷପୁର ସଭାପତି ସନ୍ତୋଷ ଦାସ ମହାପାତ୍ର, ନାବରା ସରପଞ୍ଚ ଡା.ନଗେନ୍ଦ୍ର ସିଂହ,ସିଂଲା ସଭାପତି ଜୟନ୍ତ ମିଶ୍ର,ପୁଟୁରା ସଭାପତି ଜେନା,ପାଉଁଶକୁଲି ସଭାପତି ଧିରେନ୍ଦ୍ର ସାହୁ, ସନ୍ତୋଷପୁର ସରପଞ୍ଚ ସଂଗ୍ରାମ ଦାସ ମହାପାତ୍ର, କରୁଆ ସରପଞ୍ଚ ଜୟନ୍ତ ରଣା, ରଘୁନାଥପୁର ସରପଞ୍ଚ ଅନନ୍ତ ବାରିକ, ତାଡଦାର ପ୍ରାକ୍ତନ ସରପଞ୍ଚ ଦିଲ୍ଲୀପ ଦତ୍ତ ଙ୍କ ସମେତ ୧୪ ପଞ୍ଚାୟତ ର ଶତାଧିକ କର୍ମୀ ସଭା କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ବ୍ଲକ ଉପାଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।



ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l