Hot Posts

6/recent/ticker-posts

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ l

ନୂଆପଡା, ୧୩/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବାଗମୁଣ୍ଡା ଉଚ୍ଚ ପ୍ରାଥମିକ ପ୍ରାଙ୍ଗଣରେ କ୍ଲଷ୍ଟର ସୁରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ସ୍ଥାନୀୟ ୧୩ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ଆୟୋଜିତ ସମାରୋହରେ ସିଆଳଲଟି ସି. ଆର. ସି. ସି. ଗେନ୍ଦରାମ ନାଏକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସିଆଲଲଟି ସରପଞ୍ଚ କାଳିଆ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଶୀ, ସି, ଆର, ସି, ସି ଭୋଜରାମ ଅହୀର, ପରସରାମ ଅହୀର, ମଧୁସୂଦନ ପାଣିଗ୍ରାହୀ, ଭଗବାନ ସିଂ ମାଝୀ ଯୋଗ ଦେଇ ମଞ୍ଚାସିନ ହୋଇଥିଲେ l ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ, ସୃଜନଶିଲ ରଚନା, ଜଣାଅଜଣା, ଗୀତ, ନୃତ୍ୟ, ବକୃତା, ପି.ଏମ. ପୋଷଣ ମୋତେଲେ, କଳା ଓ ହସ୍ତଶିଳ୍ପ, ଶୃତ ଲୀଖନ, ଆଦି ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସୁରଭି କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ଉତ୍ସାହିତ କରିଥିଲେ।କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ । ଶିକ୍ଷକ ଦେବାନନ୍ଦ ରଥ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ରାହୁଲ ସିନ୍ଦୁର, ଗଗନ ଅଗସ୍ତି, ଯୁଗଳ ଧରୁଆ, ପଞ୍ଚାନନ ମଟାରୀ, ତ୍ରିଗତ ବାରିକ, ଧନିରାମ ନାଏକ, କୈଳାଶ ଚନ୍ଦ୍ର ମାଝୀ, ଦୈତାରୀ ଗାଇଁତା, ଏବଂ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ପରିଶେଷରେ ଶିକ୍ଷକ ଗଜିନ୍ଦ୍ର ମଟାରୀ ଧନ୍ୟବାଦ ଅର୍ପଣ କରିଥିଲେ l