କାଉମାରୀ ସାର୍ବଜନୀନ ନବରାତ୍ର ପୂଜା ଓ ଗ୍ରାମୀଣ ମେଳା
ବାଲେଶ୍ଵର , ୧୩/୧୦ (ପ୍ରଭାକର ମଲ୍ଲିକ) : ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ନୁଆଗାଁ ପଞ୍ଚାୟତ କାଉମାରୀ ସ୍କୁଲ ପଡ଼ିଆରେ ରବିବାର ଠାରୁ ନବରାତ୍ର ପୂଜା ଏବଂ ଗ୍ରାମୀଣ ମେଳା ଆରମ୍ଭ ହୋଇଛି। ମହାଳୟା ଅମାବାସ୍ୟା ପରଦିନ ପ୍ରତିପଦରେ ଗ୍ରାମର ଶତାଧିକ ମହିଳା ମାନଙ୍କ ଦ୍ଵାରା ଏକ ଶୋଭାଯାତ୍ରାରେ ଭିକାଗଡିଆ ସ୍ଥିତ ଗୋହିରୀ ଗଡିଆ ଭକ୍ତେଶ୍ୱର ଘାଟ ଠାରୁ ମା ଙ୍କର ଘଟ ଉତ୍ତୋଳନ କରାଯାଇ ମା ଦୂର୍ଗାଙ୍କର ୯ ଟି ସ୍ୱରପକୁ ପୂଜା କରାଯାଏ। ସାତଟି ପଞ୍ଚାୟତର ଲୋକ ଙ୍କ ସହଯୋଗରେ ଚାରିବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି। ନବରାତ୍ର ପୂଜା ଅନୁଷ୍ଠିତ ହେବ ପ୍ରଥମ ଦିନରେ ଶୈଳୀପୁତ୍ରୀ, ଦ୍ଵିତୀୟ ଦିନରେ ମା ବ୍ରହ୍ମଚାରିଣୀ, ତୃତୀୟ ଦିନରେ ମା ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନରେ କୂଷ୍ମାଣ୍ଡା,ପଞ୍ଚମ ଦିନରେ ସ୍କନ୍ଦମାତ, ଷଷ୍ଠ ଦିନରେ କାତ୍ୟାୟନୀ, ସପ୍ତମ ଦିନରେ କାଳରାତ୍ରିଙ୍କୁ ପୂଜା ଅର୍ଚ୍ଚନା କରାଯାଏ। ଅଷ୍ଟମୀରେ ମହାଗୈରୀଙ୍କର ପୂଜା ଓ ନବମୀରେ ସିଦ୍ଧିଦାତ୍ରୀଙ୍କୁ ପୂଜା ସହିତ ନବରାତ୍ର ଦୂର୍ଗା ପୂଜା ସମ୍ପନ୍ନ କରାଯିବ ବୋଲି ମୂଖ୍ୟ ପୂଜକ ପ୍ରୀୟବ୍ରତ ପଣ୍ଡା କହିଛନ୍ତି। ଆଲୋକମାଳା, ଭଜନ ସନ୍ଧ୍ୟା ,ମିନା ବଜାର, କୀର୍ତ୍ତନ, ହୁମଯଜ୍ଞ, ଆରତୀ, ପ୍ରସାଦ ସେବନର ବ୍ୟବସ୍ଥା ଥିବାରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମୁଛି। ବାଲିଆପାଳ ବ୍ଲକରେ ନବରାତ୍ର ପୂଜା ଏହି ମଣ୍ଡପରେ ଅନୁଷ୍ଠିତ ହୋଉଥିବାରୁ ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ମାନଙ୍କ ସୁଅ ଛୁଟେ ଭକ୍ତି ଉଲ୍ଲାସିତ ହେବା ସହିତ ଚଟପଟା ଖାଦ୍ୟ ର ମଜା ନେଇଥାନ୍ତି। ବେଦଚେତନା ସଂସ୍କୃତି ବିକାଶ ପରିଷଦ ଉପଦେଷ୍ଟା ସୁବାସ ଚୈଧୁରୀ, ସଭାପତି ସଞ୍ଚୟ ମିଶ୍ର, ସମ୍ପାଦକ ଯଦୁନାଥ ପଣ୍ଡା, ସମେତ ପରିଷଦର ଅଭିଜ୍ଞ ବ୍ରାହ୍ମଣ ମାନେ ମାଙ୍କ ସେବାରେ ସେବାରେ ନିୟୋଜିତ ରହିଛନ୍ତି। ନବରାତ୍ର ପୂଜା ପରିଷଦର ସଭାପତି ନାରାୟଣ ପାଣିଗ୍ରାହୀ, ଉପସଭାପତି ଦିବାକର ସାମନ୍ତରାୟ, କୋଷାଧ୍ୟକ୍ଷ ରଞ୍ଜନ କୁମାର ପଣ୍ଡା, ସଦସ୍ୟ ସଲିଳ କୁମାର ଆଚାର୍ଯ୍ୟ, ଅନାଦି କୁମାର ପଢିଆରୀ, ବୃନ୍ଦାବନ ପଢିଆରୀ, ପ୍ରଦୀପ ସାମନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l