Hot Posts

6/recent/ticker-posts

କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୬

ଲଇକେରା, ୧୩/୧୦ ( ନବଦୂତ ) : ଲଇକେରା ବ୍ଳକ କ୍ଳଷ୍ଟର ସ୍ତରୀୟ ସୁରଭି-୨୦୨୬ ସାହାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ନାଏକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୁବେର ଚୌଧୁରୀ, ମୁଖ୍ୟ ବକ୍ତା ଭାବେ ଜେଓଏଚଏସର ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ବାରିକ, ସମ୍ମାନୀତ ଅତିଥି ସିଆରସିସି ଦିପକ ପଟେଲ ଯୋଗ ଦେଇଥିଲେ। ସେହିପରି ଉଦଯାପନୀ ଉତ୍ସବରେ ସିଆରସିସି ଦିପକ ପଟେଲଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଏବିଇଓ କମ ବିଆରସିସି ଜନ୍ମାଜୟ ନାଏକ, ମୁଖ୍ୟ ବକ୍ତା ଏବିଇଓ ହରିଶ ଚନ୍ଦ୍ର ନାଏକ ସମ୍ମାନୀତ ଅତିଥି ସୁରେଶ ଗଡତିଆ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ପ୍ରତୀଯୋଗୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ ଏବଂ ବ୍ଳକ ସ୍ତରୀୟ ସୁରଭି ମହୋତ୍ସବ ପାଇଁ ମନୋନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କ୍ଳଷ୍ଟରର ୧୬ଟି ବିଦ୍ୟାଳୟ ରୁ ୯୬ଜଣ ବିଦ୍ୟାର୍ଥୀ ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଓଡ଼ିଆ ଭାଷାରେ ବିତର୍କ, ବକୃତା, କୁଇଜ, ସୁନ୍ଦର ‌ହସ୍ତାକ୍ଷର, ଗଣିତ ଦୈଡ, ପ୍ରବନ୍ଧ ଲିଖନ, ସଙ୍ଗୀତ, ଚିତ୍ରକଳା ଓ ଶିଳ୍ପକଳା, ଚିତ୍ରାଙ୍କନ, ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତା କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଭୂବନେଶ୍ବର ମାଝୀ ପରିଚାଳନା କରିଥିବା ବେଳେ ଜୟକୃଷ୍ଣ ଗନ୍ଧା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜାହ୍ନବୀ ନାଏକ, ରାଜେଶ ପଟେଲ, ଲିପିକା ମାଝୀ,, ଛତ୍ରଲାଲ କିସାନ, ସୁରେନ୍ଦ୍ର ନାୟକ, ମହେଶ୍ୱର ଛତ୍ରିଆ, ଏବଂ କମିଟି ସଦସ୍ୟ ସହଯୋଗ କରିଥିଲେ।