Hot Posts

6/recent/ticker-posts

ସିଆରପିଏଫ ଯବାନ ନିଖୋଜ l

ବାଲେଶ୍ଵର, ୨୧ / ୧୦ ( ପ୍ରଭାକର ମଲ୍ଲିକ ): ବାପା ଙ୍କ ଦେହାନ୍ତ ପରେ ଏକାଦଶାହ କ୍ରିୟା ପାଇଁ ଡ୍ଯୁଟି ରୁ ଛୂଟି ନେଇ ଘରକୁ ଆସୁଥିବା ବେଳେ ନିଖୋଜ ହୋଇ ଯାଇଛନ୍ତି ସିଆରପିଏଫ୍ ଯବାନ, ଆଜି ଏକାଦଶାହ ଥିବା ବେଳେ ପୂଅ ଘରେ ପହଞ୍ଚି ନଥିବାରୁ ଗାଁ ରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ, ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବୋଳଂ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା, ସୂଚନା ଅନୁଯାୟୀ ବୋଳଂ ଗ୍ରାମର ରାମହରି ପାତ୍ର ଙ୍କ ପୂଅ ପଦ୍ମଲୋଚନ ପାତ୍ର ସିଆରପିଏଫ୍ - ୧୯୧ ପୂନେ ବାଟାଲିୟନ ରେ ହାବିଲଦାର ଭାବରେ କାର୍ଯ୍ଯ କରନ୍ତି, ଗତ ୧୧ ତାରିଖ ରେ ରାମହରି ଙ୍କ ଦେହାନ୍ତ ପରେ ଶୁଦ୍ଧିକ୍ରିୟା ନିମନ୍ତେ ପଦ୍ମଲୋଚନ ୧୭ ତାରିଖ ରେ ଛୂଟି ନେଇ ନାଗପୁର ଷ୍ଟେସନ ରେ ଟ୍ରେନ ଯୋଗେ ଘରକୁ ଫେରୁଥିଲେ,୧୮ ତାରିଖ ରେ ଅପରାହ୍ନ ୧ ଘଟିକାରେ ରେ ଖଡଗପୁର ଷ୍ଟେସନରେ ପହଞ୍ଚିବା ନେଇ ଘରକୁ ଫୋନ କରି ଜଣାଇ ଥିଲେ, ମାତ୍ର ସଂଧ୍ଯା ୫ ଟା ପର୍ଯ୍ଯନ୍ତ କୌଣସି ଫୋନ ନଆସିବାରୁ ପରିବାର ଲୋକେ ପଦ୍ମଲୋଚନ ଙ୍କୁ ବାରମ୍ବାର ଫୋନ କରିଥିଲେ ମଧ୍ଯ କୌଣସି ଯୋଗାଯୋଗ ହୋଇ ନଥିଲା,ମାତ୍ର ସେହିଦିନ ସଂଧ୍ଯା ୬ ଟାରେ ରେଳବିଭାଗ ପକ୍ଷରୁ ପଦ୍ମଲୋଚନ ଙ୍କ ଫୋନ ଟି ପଶ୍ଚିମବଙ୍ଗ ର ମେଚ୍ଛଦା ଷ୍ଟେସନ ନିକଟସ୍ଥ ରେଳ ଟ୍ରାକ ରୁ ମିଳିଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ, ତେବେ ଏପର୍ଯ୍ଯନ୍ତ ପଦ୍ମୋଲୋଚନ ଘରକୁ ଫେରୁନଥିବା ବେଳେ ତାଙ୍କ ସହ କୌଣସି ଯୋଗାଯୋଗ ମଧ୍ଯ ହୋଇ ପାରୁନି, ଏନେଇ ପରିବାର ଲୋକେ ସିଂଲା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି, ଅଭିଯୋଗ କୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ନିଖୋଜ ପଦ୍ମଲୋଚନ କୁ ଠାବ କରି ଘରକୁ ଫେରାଇ ଆଣିବା ପାଇଁ ଓଡିଶା ସରକାର ଏବଂ କେନ୍ଦ୍ର ସରକାର ଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ l


ବାଲେଶ୍ଵର ଜିଲ୍ଲା ବସ୍ତା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l