ପଣ୍ଡିତ ସ୍ବର୍ଗତ ଗଣେଶ୍ୱର ଦାଶ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ
କୋରାପୁଟ, ୨୧/୧୦ ( ଏ. ଭେଙ୍କଟ ରାଓ ) : ପୁଜାରୀ ପୁଟ ଠାରେ ସମାଜ ସେବୀ ତଥା ପଣ୍ଡିତ ସ୍ବର୍ଗତ ଗଣେଶ୍ୱର ଦାଶ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଅଛି, ଉକ୍ତ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସୁନାମଧନ୍ୟ ପଣ୍ଡିତ ତଥା ପ୍ରବଚକ ଶ୍ରୀମାନ ସଙ୍ଗ୍ରାମ ଆଚାର୍ଯ୍ୟ ସ୍ବର୍ଗତ ଗଣେଶ୍ୱର ଦାଶ ଓ ସ୍ବର୍ଗତ ରମ୍ଭା ଦାଶ୍ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହିତ ପ୍ରବଚନ ଦେଇଥିଲେ, ଶ୍ରୀ ଆଚାର୍ଯ୍ୟ ହିନ୍ଦୁ ଧର୍ମ ରକ୍ଷା ଓ ଗୋ ସୁରକ୍ଷା ନିମନ୍ତେ ବିଭିନ୍ନ ଜିଲ୍ଲା ରେ ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ଚର୍ଚ୍ଚା ର ବିଷୟ ପାଲଟିଛି, ଶ୍ରୀ ଆଚାର୍ଯ୍ୟ ଙ୍କ ପ୍ରବଚନ ଶୁଣିବା ପାଇଁ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିବା ସୁଚନା ମିଳିଛି, ସ୍ବର୍ଗତ ଗଣେଶ୍ୱର ଦାଶ ଙ୍କ ପୁତ୍ର ଶ୍ରୀ ଶଶୀଭୂଷଣ ଦାଶ ଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ଭାଇ ଶ୍ରୀ ଉମାକାନ୍ତ ଦାଶ, ଶଶାଙ୍କ ଶେଖର ଦାଶ, ଝିଅ କୁମୁଦିନୀ ତିଓ୍ବାରି, ଶଙ୍କର ପ୍ରସାଦ ତିଓ୍ବାରି, ସମସ୍ତ ବନ୍ଧୁ ଓ ପରିବାର ବର୍ଗଙ୍କ ସମେତ ବହୁ ସଂଖ୍ୟକ ଶୁଭେଛୁ ଯୋଗଦାନ କରିଥିଲେ