କରୁଆ ପଞ୍ଚାୟତରେ ମହାଦୁର୍ନୀତି ଅଧିକାରୀଙ୍କ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ l
ବାଲେଶ୍ଵର, ୨୩ / ୧୦ (ପ୍ରଭାକର ମଲ୍ଲିକ) : ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ସହିତ ଭିଜିଲାନ୍ସ ତଦନ୍ତ ଦାବୀ ସରକାରକୁ ବଦନାମ କରିବାକୁ ହେଉଛି କି ଭିତିରି ଷଡ଼ଯନ୍ତ୍ର? ଯଦି ନା, ତେବେ ଦୁର୍ନୀତି ଓ ଦୁର୍ନୀତି ଖୋର ଅଧିକାରୀ ବିରୁଦ୍ଧରେ କାହିଁକି ହେଉନି କାର୍ଯ୍ୟନୁଷ୍ଠାନ? ଅଡିଟ ହେଉଛି, ଫିଲ୍ଡ ଭେରି ଫିକେସନ ହେଉଛି ତଥାବି କେମିତି ଦୁର୍ନୀତି ସାମ୍ନାକୁ ଆସୁନି ? ତେବେ କଣ ଦୁର୍ନୀତି ଆଦୌ ହେଉନାହିଁ, ନା ତଳୁ ଉପର ସମସ୍ତେ ଦୁର୍ନୀତି ରେ ସାମିଲ। ଗୋଟିଏ ପଟେ ରାଜ୍ୟ ସରକାର ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ କିମ୍ବା ସାଲିସ କରାଯିବ ନାହିଁ ବୋଲି ଡିଡିମ୍ବ ପିଟୁଥିବା ବେଳେ। ଖୁଦ ସରକାରୀ କଳ ଓ ସରକାରୀ ବାବୁ ଦୁର୍ନୀତି ରୋକିବା ବଦଳରେ ଦୁର୍ନୀତିରେ ଲିପ୍ତ ରହୁଛନ୍ତି।ଆଉ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଅଭିଯୋଗ ପାଇ ବି ନୀରବ ରହିବା, ନିଶ୍ଚିତ ଭାବେ ଏହା ଏକ ପ୍ରକାର ଦୁର୍ନୀତି କୁ ପ୍ରଶ୍ରୟ ଦେଉଛି ଏହା କୁ ସହଜରେ ଏଡ଼ାଇ ଦିଆଯାଇ ନପାରେ ଯାହାପାଇଁ ଲୋକଙ୍କ ଟିକସ ଅର୍ଥରେ, ଲୋକଙ୍କ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବା ବିକାଶ ମୂଳକ କାମର ସ୍ଥାୟିତ୍ୱ କୁ ନେଇ ଉଠିଛି ପ୍ରଶ୍ନ। ଏ ଭଳି ସଙ୍ଗିନ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା, ବସ୍ତା ବ୍ଲକ କରୁଆ ପଞ୍ଚାୟତରୁ। ପଞ୍ଚାୟତ ଘୋଷଣା କୁ ୧୦ ବର୍ଷ ବିତିଥିଲେ ବି ପଂଚାୟତ କାର୍ଯ୍ୟଳୟ କୁ ସ୍ଥାୟୀ ରାସ୍ତା ଟିଏ ନାହିଁ, କଲ୍ୟାଣ ମଣ୍ଡପ ଅସମ୍ପୂର୍ଣ୍ଣ ଅଧାପନ୍ତରିଆ ହୋଇପଡିଛି, ରାସ୍ତା, ଘାଟ, ପାନୀୟଜଳ, ଡ୍ରେନେଜ୍ ବ୍ୟବସ୍ଥା, ସ୍ବଚ୍ଛତା ରେ ବ୍ୟାପକ ଅନିୟମିତତା ହୋଇଥିବା ବେଳେ,ପାର୍କ , ନରେଗା, ଆଲୋକୀକରଣ, ସଫେଇ ନାମରେ ହରିଲୁଟ ହୋଇଥବା ଘଟଣା ସାମ୍ନାକୁ ଆସିଛି। ସେହିପରି ଭତ୍ତା ଓ ଆବାସ ଯୋଜନା ଭଳି ଜନ କଲ୍ୟାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଦୁର୍ନୀତି ସାଙ୍ଗକୁ ପାତର ଅନ୍ତର ପାଇଁ ଗରିବ ଗୁରୁବା ଯୋଜନାର ଲାଭ ପାଇବା ପରିବର୍ତ୍ତେ ଥିଲାବାଲା ଲୋକ ଯୋଜନା ହାତେଇଛନ୍ତି। ଯେପରିକି ସ୍ୱପ୍ନା ବାରିକ, ଗୋକୁଳ ବାରିକ ଓ କାହ୍ନୁଚରଣ ବାରିକ, ବାସନ୍ତୀ ମୁର୍ମୁ, ରିତାଞ୍ଜଳି ଧଳ, ଭବାନୀ ମହାପାତ୍ର ଓ ସରସ୍ୱତୀ ଦାସ ଆବାସ ଯୋଜନା ନପାଇ ଭଙ୍ଗା ଦଦରା ଘରେ ବିପଦ ଶଙ୍କୁଳ ଅବସ୍ଥାରେ ଦିନ କାଟୁଛନ୍ତି। ଲଗାଣ ବର୍ଷା ଓ ବନ୍ୟାରେ ଅଭାବି ପରିବାର କୁ ଖଣ୍ଡିଏ ପଲିଥିନ ମଧ୍ୟ ମିଳିନଥିବା ଅଭିଯୋଗ ହୋଇଛି। ସେହିପରି ଲିଲିମା ବାରିକ, ପିତାମ୍ବର ଜେନା ଓ ଦିବ୍ୟଶ୍ରୀ ଧଳ ଦିବ୍ୟାଙ୍ଗ ଭତ୍ତାରୁ ବଞ୍ଚିତ ଥିବା ବେଳେ ଗୋକୁଳ ବାରିକ (୬୭), କ୍ୟାନ୍ସର ରୋଗରେ ଆକ୍ରାନ୍ତ ପ୍ରତାପ ଜ୍ୟୋତି (୬୩), ମହେଶ୍ୱର ଚାନ୍ଦ (୬୫) ଓ କୈଳାଶ ମହାପାତ୍ର (୬୫) ଙ୍କ ଭଳି ଅନେକ ବୃଦ୍ଧ ଓ ଅସୁସ୍ଥ ବ୍ୟକ୍ତି ବାରମ୍ବାର ଆବେଦନ କରିଥିଲେ ମଧ୍ୟ ଭତ୍ତା ପାଇନଥିବା ଅଭିଯୋଗ ହେଉଛି। ଶିକ୍ଷାନୁଷ୍ଠାନ କୁ ବାଦ ଦେଲେଣି। ପିଲାଙ୍କୁ ଉନ୍ନତ ଶିକ୍ଷାଦାନ ସହିତ, ବନ୍ୟା,ବାତ୍ୟା, ପ୍ରାକୃତିକ ବିପର୍ଯ୍ୟୟ ଭଳି ଜରୁରି କାଳୀନ ପରିସ୍ଥିତିର ସଠିକ ମୁକାବିଲା ଓ ବ୍ୟବହାର ପାଇଁ ନିର୍ମାଣ ହେଉଥିବା ଅତିରିକ୍ତ ଶ୍ରେଣୀ ଗୃହରେ ନିମ୍ନ ମାନର କାମ, ଉଚ୍ଚତା କମ୍, ବୋରିଙ୍ଗ ବେଳେ ସିମେଣ୍ଟ, ବାଲି,ଚିପ୍ସ ବଦଳରେ ମାଟି ପୁରାଇ ଦିଆ ଯାଉଛି, ନିର୍ମାଣ କାର୍ଯ୍ୟରେ ନିମ୍ନ ମାନର ସରୁ ଲୁହା ଛଡ଼ ବ୍ୟବହାର କରିବା,ବାଲି ଫିଲିଙ୍ଗ ପରିବର୍ତ୍ତେ ମାଟି ଓ ରାବିଶ ବ୍ୟବହାର କରିବା,ବିନା କୌଣସି ସୂଚନା ଫଳକ ନଥାଇ ନିର୍ମାଣ କାର୍ଯ୍ୟ କରିବା,ଯାହା ପାଇଁ ଲୋକେ କେଉଁ ବିଭାଗର କାମ, ଅଟକଳ ମୂଲ୍ୟ କେତେ,କଣ ଓ କେଉଁ ଉଦ୍ଦେଶ୍ୟରେ ନିର୍ମାଣ ହେଉଛି ତାହା ଜାଣି ପାରୁ ନାହାନ୍ତି। ସେହିପରି ପଞ୍ଚାୟତରେ ଥିବା ବିଭିନ୍ନ ଅଙ୍ଗନୱାଡି ମାନଙ୍କରେ ରଙ୍ଗ ମାରିବାକୁ ନେଇ ବଡ଼ ଧରଣର ଦୁର୍ନୀତି ସାମ୍ନାକୁ କୁ ଆସିଛି। କେବଳ କେଦ୍ର ର ସାମ୍ନା ପଟୁ (ବାହାର) ପଟୁ ରଙ୍ଗ ବୋଳି ଦେଇ ମୋଟା ଅଙ୍କର ବିଲ ଉଠାଣ ହୋଇଛି। ଉଜୁଡ଼ା ଗ୍ରାମର ମୁଖ୍ୟ ରାସ୍ତାରୁ ଚିତ୍ତରଞ୍ଜନ ବାରିକଙ୍କ ଘର ପର୍ଯ୍ୟନ୍ତ ୪ ଲକ୍ଷ ଟଙ୍କା ଅଟକଳରେ ନିର୍ମାଣାଧୀନ ରାସ୍ତାକୁ ନେଇ ମଧ୍ୟ ଅଭିଯୋଗ ରହିଛି। ଡ୍ରେନ୍ ଭିତରେ ସୂଚନା ଫଳକ ନିର୍ମାଣ, ବାଲି ବଦଳରେ ରାବିସ ଉପରେ ରାସ୍ତା ନିର୍ମାଣ, ଦୈର୍ଘ୍ୟ, ପ୍ରସ୍ତ ଓ ମୋଟେଇରେ ଅନିୟମିତତା ହୋଇଥିବା ଯୋଗୁଁ ରାସ୍ତା ନିର୍ମାଣ ନସରୁଣୁ ଅନେକ ସ୍ଥାନରେ ରାସ୍ତା ଫାଟିବା ସହିତ ଚିପ୍ସ ଉଠିଯାଇଛି। ତେବେ ଏଥିପାଇଁ ପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀ, ନିର୍ବାହୀ ଅଧିକାରୀ, ବ୍ଲକ ପ୍ରଶାସନର ନିଷ୍କ୍ରିୟତା ଓ କୋହଳ ମନୋଭାବ ସାଙ୍ଗକୁ ମୋଟା ଅଙ୍କର ପିସି କାରବାର ପାଇଁ ଦିନକୁ ଦିନ ମାତ୍ରଧିକ ଦୁର୍ନୀତି ଓ ଅନିୟମିତତା ବଢୁଥିବା ପଞ୍ଚାୟତ ବାସୀ ଅଭିଯୋଗ ଆଣି ,ବସ୍ତା ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗଗୁଡ଼ିକର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନ ହେଲେ ବାଲେଶ୍ୱର ଜିଲ୍ଲାପାଳ, ଭିଜିଲାନ୍ସ, ପଞ୍ଚାୟତିରାଜ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ସହ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l