ରାଜ୍ୟ ସ୍ତରୀୟ *୬୧" ତମ ବାର୍ଷିକ ରାଇଫଳ ସୁଟିଙ୍ଗ ଚମ୍ପିୟାନ ସିପ* ରେ ବାଜି ମରିନେଲା ଲାଞ୍ଜିଗଡ ବ୍ଲକ I
କଳାହାଣ୍ଡି, ୨୩/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକରୁ ରାଜ୍ୟ ସ୍ତରୀୟ ୬୧"ତମ ବାର୍ଷିକ ରାଇଫଳ ସୁଟିଙ୍ଗ ଚମ୍ପିୟାନ ସିପ ପ୍ରତିଯୋଗିତାରେ ଲାଞ୍ଜିଗଡ ବ୍ଲକରୁ ତିନି ଜଣ ଭାଗ ନେଇଥିଲେ I ଏହି ରାଇଫଳ ସୁଟିଙ୍ଗ ଚମ୍ପିୟାନ ସିପ ପ୍ରତିଯୋଗିତାଟି ଅନୁଗୁଳ ଜିଲ୍ଲା ତାଳଚେର ଠାରେ ଚଳିତ ମାସ ୨୧ ଓ ୨୨ ତାରିଖରେ ଅନୁଷ୍ଠିତ ହୋଇଯାଇଅଛି I ଏହି ପ୍ରତିଯୋଗିତାରେ ଓଡିଶାରୁ ସର୍ବମୋଟ ୨୬୫ ଜଣ ଝିଅ ଓ ପୁଅ ଭାଗ ନେଇଥିଲେ,ଏହି କାର୍ଯ୍ୟକ୍ରମଟି ତାଳଚେରର ରାଜା ହରିଶ୍ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ ଠାରେ ଅନୁଷ୍ଠିତ ହୋଇଥିଲା I ଏହି ରାଇଫଳ ସୁଟିଙ୍ଗ କାର୍ଯ୍ୟକ୍ରମଟି ୨୧ ତାରିଖ ଦିନ ସକାଳ ୦୮ ଘଣ୍ଟା ୪୫ ମିନିଟ ସମୟ ଠାରୁ ପ୍ରତିଯୋଗିତା ଆରମ୍ଭ ହୋଇ ସନ୍ଧ୍ୟା ୦୪ ଘଣ୍ଟା ସମୟରେ ପ୍ରଥମ ଦିନ ପାଇଁ ସମାପ୍ତ ହୋଇଥିଲା I ପୁଣି ଦ୍ୱତୀୟ ଦିନ ସକାଳ ୦୯ ଘଣ୍ଟା ସମୟରେ ରାଇଫଳ ସୁଟିଙ୍ଗ କାର୍ଯ୍ୟକ୍ରମ ପ୍ରତିଯୋଗିତା ଆରମ୍ଭ ହୋଇଥିଲା, ତାପରେ ସନ୍ଧ୍ୟାର ୦୫ ଘଣ୍ଟା ସମୟରେ ସରିଥିଲା I ତାପରେ ରାଜା ହରିଶ୍ଚନ୍ଦ୍ର ଦେବ ସୁଟିଙ୍ଗ କମ୍ପ୍ଲେକ୍ସ ଠାରେ ହିଁ ଏକ ପୁରସ୍କୃତ ସଭା ଅନୁଷ୍ଠିତ ହୋଇଥିଲା, ସେହି ସଭାରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଉପସ୍ଥିତ ରହି ପ୍ରତଯୋଗୀତାରେ ଭାଗ ନେଇ ବିଜୟ ଲାଭ କରିଥିବା ବ୍ୟକ୍ତି ମାନଙ୍କୁ ପୁରସ୍କାର ବିତରଣ କରିଥିଲେ I ସେଥି ମଧ୍ୟରୁ ଲାଞ୍ଜିଗଡ ବ୍ଲକ ର ପଏଣ୍ଟ ୨-୨ ରାଇଫଳ ଷ୍ଟାଣ୍ଡିଙ୍ଗ ସ୍ଵର୍ଣ ପଦକ ଆଉ ୧୦ ମିଟର ସ୍ଵର୍ଣ ପଦକ ଓ ଟ୍ରାପ ସୁଟିଙ୍ଗ ସ୍ୱାଧୀନ ଏବଂ ଗ୍ରୁଫରେ ରୋପ୍ୟ,ପଏଣ୍ଟ ୨-୨ ବ୍ରୋଞ୍ଜ ପଦକ ଓ ତୃତୀୟ ସ୍ଥାନ ଦେବେନ୍ଦ୍ର ପ୍ରଧାନ ଅଧିକାର କରିଛନ୍ତି I ଟ୍ରIପ ବୈଜ୍ୟେଷ୍ଟ ପ୍ରଦୀପ ଘଡେଇ ସ୍ଵର୍ଣ ପଦକ ଉପାଧି ପାଇଛନ୍ତି,ହେମନ୍ତ ପ୍ରଧାନ କନିଷ୍ଠ ୧୦ ମିଟର ସ୍ଵର୍ଣ ପଦକ,ଟ୍ରାପ ଗ୍ରୁଫରେ ରୋପ୍ୟ ପଦକ ହାସଲ କରିଛନ୍ତି I ଏଇ ପ୍ରକାରର ଲାଞ୍ଜିଗଡ ବ୍ଲକର ତିନି ଜଣ ବ୍ୟକ୍ତି ୦୯ ଟି ପଦକ ହାସଲ କରିଛନ୍ତି I ଏହି ତିନି ଜଣଙ୍କୁ କୋଚିଂ ରୀନାଉଁଶ ସୁଟର ବିଜୟ କିଶୋର ପଟ୍ଟନାୟକ ପ୍ରଶିକ୍ଷଣ ଦେଉଥିଲେ I ଏହି ଖବର ଲାଞ୍ଜିଗଡ ବ୍ଲକ ଅଞ୍ଚଳର ଜନସାଧାରଣ ଶୁଣିବା ପରେ ଆଜିର ଚର୍ଚ୍ଚାର ବିଷୟ ହୋଇପଡିଛି I ଏହି ୦୯ ଟି ପଦକ ହାସଲ କରିଥିବା ତିନି ଜଣଙ୍କ ଖବର ପାଇ ବୁଦ୍ଧିଜୀବୀ ମହାଲରୁ ଭୁରିଭୁରି ପ୍ରଶଂସା ମୟ ଛଟୁଛି I
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ