Hot Posts

6/recent/ticker-posts

ପବିତ୍ର ଦଶହରା ପର୍ବରେ ମା ଜଗଦ୍ଧାତ୍ରୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ ସାରସ୍ୱତ ବନ୍ଧୁ ମିଳନ

ବାଲିଆପାଳ, ୨୧/୧୦ ( ଡ଼. ସନ୍ନ୍ୟାସୀ ବେହେରା ) : କଇନଗରୀ ଗ୍ରାମ ପଂଚାୟତର ପାହି ଅସ୍ତି ଗ୍ରାମର ପୂର୍ବତନ ସ୍କୁଲ ଇନିସ୍ପେକ୍ଟର କବି ଲେଖକ, ନାଟ୍ୟକାର ତଥା ଅଭିନେତା ଅନିରୁଦ୍ଧ ମଣ୍ଡଳଙ୍କ ଆବାହକତ୍ୱରେ ତାଙ୍କ ବାସଭବନରେ ପବିତ୍ର ଦଶହରା ପର୍ବ ଉପଲକ୍ଷେ ମା ଜଗଦ୍ଧାତ୍ରୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଓ ବନହୋଯାଇବିତା ଆସର ମାଆ ଶୀତଳା ପୂଜା ରେ ଅନୁଷ୍ଠିତ ହୋଇ ଯାଇଛି |ପ୍ରବୀଣ ଶିକ୍ଷାବିଦ ନିତ୍ୟାନନ୍ଦ ଦାସଙ୍କ ପୌରହିତ୍ୟରେ କାର୍ଯ୍ୟକାରୀ ସଭାପତି କବି ବ୍ରଜେନ୍ଦ୍ର ଗିରିଙ୍କ ପରିଚାଳନାରେ ପୂର୍ବତନ ଦିନ କୃଷ୍ଣ କଲେଜର ଅଧ୍ୟକ୍ଷ, ଦିନ କୃଷ୍ଣ ସାହିତ୍ୟ ପରିଷଦର ସମ୍ପାଦକ ବିପିନ ବିହାରୀ ବିଶ୍ୱାଳ, ପିପିଲି କଲେଜର ଓଡ଼ିଆ ଅଧ୍ୟାପକ ଦୟାନିଧି ସାହୁ, ବ୍ରଜ ମୋହନ ମିଶ୍ର, ଅପରାହ୍ନ ଦୈନିକ ଖବର କାଗଜର ସମ୍ପାଦକ ବଂଶୀଧର ଜେନା, ଅନୁକୂଳ ଧର୍ମର ଜୟଗୁରୁ ଭକ୍ତ ଚକ୍ରଧର ବାବୁ ସୁମନ୍ତ ଜେନା ସାମାଜିକ କର୍ମୀ, ସମୟ ଚକ୍ରର ସମ୍ପାଦକ ସର୍ବେଶ୍ୱର ଜେନା, ସୁବଳ ମୈକାପ ମଂଚାସୀନ ହୋଇଥିଲେ |ବୈଠକର ପ୍ରାରମ୍ଭରେ ଗୌରାଙ୍ଗ ମହାପାତ୍ର, ଲକ୍ଷ୍ମୀ ପ୍ରିୟା ଦାସ ସ୍ୱାଗତ ସଂଗୀତ ଓ ଝାନ୍ସୀ ରାଣୀ ମଲ୍ଲିକ ଓଡସି ନୃତ୍ୟ କରିଥିଲେ |କବି, ଲେଖକ, ବ୍ରହ୍ମ ଅନ୍ୱେଷଣ ଗାନ୍ଧୀ ସେବା ଶିକ୍ଷା ଆଶ୍ରମର ପ୍ରତିଷ୍ଠାତା ସଦସ୍ୟ ଡ଼ ସନ୍ନ୍ୟାସୀ ବେହେରା ବେଦ ସମ୍ବନ୍ଧୀୟ ଆଧ୍ୟାତ୍ମିକ ବକ୍ତବ୍ୟ ରଖିଥିବା ବେଳେ, ଓଡ଼ିଆ ଅଧ୍ୟାପକ ଦୟାନିଧି ସାହୁ ସାହିତ୍ୟ ସହିତ ଆଧ୍ୟାତ୍ମିକ ଶାସ୍ତ୍ରର କିଭଳି ସମ୍ପର୍କ ରହିଛି ବୁଝାଇ ଥିଲେ |ବୈଠକରେ ବସ୍ତା ବ୍ଲକରେ ଦଶମ ଶ୍ରେଣୀରେ ଶୀର୍ଷ ନମ୍ବର ରଖିଥିବା ଅର୍ଧେନ୍ଦୁ ପ୍ରଧାନ, ଡାକ୍ତର ରତ୍ନାକର ଦାସ ଓ ଅବସର ପ୍ରାପ୍ତ ଶିକ୍ଷକ ସୁବଳ ମଇକାପ ଙ୍କୁ ସମ୍ଭାର୍ଦ୍ଧିତ କରଣାଇଥିଲା |ଏଥିରେ ସଚିନ୍ଦ୍ର ନନ୍ଦୀ, ରଞ୍ଜନ ଘୋଷ, ସୁଶାନ୍ତବେହେରା, ଗାୟକ କେଶରୀ ପିତାମ୍ବର ଦାସ, ଗୋପୀ କୃଷ୍ଣ ମହାନ୍ତି, ଗୀତାଞ୍ଜଳି ଭୂୟାଁ, ସୁକାନ୍ତି ବାଳା ମହାପାତ୍ର, ରାମଚନ୍ଦ୍ର ଶାସମାଲ, ଚିତ୍ତ ରଞ୍ଜନ ଜେନା, ନିରଞ୍ଜନ ବେହେରା ଯୋଗ ଦେଇଥିଲେ |