Hot Posts

6/recent/ticker-posts

ସୋନପୁର ସହର ରେ ପ୍ରଥମ ଥର ପାଇଁ ପାଳିତ ହେଲା ଗରବା ନାଇଟ୍।

ସୁବର୍ଣ୍ଣପୁର, ୨୧/୧୦ ( ଜଗଦିଶ ମେହେର ) : ଦଶହରା ସହିତ ଦୁର୍ଗା ପୂଜା ପାଇଁ ସୋନପୁର ସହର ର ଉତ୍ସବ ମୁଖର। ଏହି ଅବସର ରେ ସ୍ଥାନୀୟ ଶ୍ରୀ ଗୁଣ୍ଡିଚା ଦୁର୍ଗା ପୂଜା କମିଟି ତରଫ ରୁ ଗରବା ନାଇଟ ପାଳନ ପାଇଁ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିଲା। ସୋନପୁର ସହର ର ଅନେକ ମହିଳା ଭାଗ ନେଇଥିଲେ। ଉତ୍ସବ ର ମାହୁଲ ଏତେ ସରଗରମ ଥିଲା ଏତେ ସଂଖ୍ୟକ ମହିଳା ଅଂଶ ଗ୍ରହଣ କରିବା ପାଇଁ ଭିଡ଼ ପରିଲିଖିତ ହେବା ପରେ କମିଟି ଶେଷ ରେ ଅଂଶଗ୍ରହଣ କରିବାକୁ ଆସିଥିବା ଅନେକ ଝିଅ ଭଉଣୀ ଙ୍କୁ ଭାଗ ନେବାକୁ ମନା କରିଥିଲେ। ବହୁତ୍ ଖୁସି ରେ ମା ଝିଅ ଭଉଣୀ ଭାଗ ନେଇ ନୃତ୍ୟ କରିଥିଲେ। ଆଗକୁ ଆହୁରି ବଡ ଆକାର ରେ ଏହି ଉତ୍ସବ ପାଳନ କରିବେ କହି ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି କମିଟି ସଦସ୍ୟ।.