ସିଂହପୁର ହାଇସ୍କୁଲରେ ୧୯୯୪ ବ୍ୟାଚ୍ର ଗୁରୁପୂଜନ, ବନ୍ଧୁମିଳନରେ ଝଲସିଲା ପୁରୁଣା ସ୍ମୃତି
ବିଂଝାରପୁର, ୨୩/୧୦ (ପ୍ରଦୀପ କୁମାର ମଲ୍ଲିକ) : ଦୀର୍ଘ ବର୍ଷର ବ୍ୟବଧାନ ପରେ ପୁଣି ଏକାଠି ହୋଇଥିଲେ ପୁରାତନ ସହପାଠୀ। ସ୍ମୃତିର ପୁରୁଣା ଫର୍ଦ୍ଦ ଖୋଲିବା ସହ ଗୁରୁଜନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ ସିଂହପୁର ସରକାରୀ ହାଇସ୍କୁଲର ୧୯୯୪ ବ୍ୟାଚ୍ର ଛାତ୍ରଛାତ୍ରୀ। ବିଂଝାରପୁର ବ୍ଲକ ଅନ୍ତର୍ଗତ ଏହି ବିଦ୍ୟାଳୟ ପରିସରରେ ୨୧ ତାରିଖ ବୁଧବାର ବନ୍ଧୁମିଳନ ଓ ଗୁରୁପୂଜନ କାର୍ଯ୍ୟକ୍ରମ ଆତ୍ମୀୟତା ଓ ଭାବ ବିନିମୟର ପରିବେଶରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ନିର୍ମଳଚନ୍ଦ୍ର ସାମଲ, ବଟକୃଷ୍ଣ ମଲ୍ଲିକ, ଶରତଚନ୍ଦ୍ର ବାରିକ, ପ୍ରହ୍ଲାଦ ପଣ୍ଡା, କଲ୍ୟାଣୀ ଜେନା, ନାରାୟଣଚନ୍ଦ୍ର ଦାସ ଓ ସତ୍ୟନାରାୟଣ ପାତ୍ରଙ୍କୁ ଛାତ୍ରଛାତ୍ରୀମାନେ ଗୁରୁପୂଜନ କରି ସମ୍ମାନିତ କରିଥିଲେ। ସେହିପରି ବିଦ୍ୟାଳୟର ପୂର୍ବତନ କର୍ମଚାରୀ ପ୍ରହ୍ଲାଦ ବାରିକ, ରବୀନ୍ଦ୍ର ନାୟକ ଓ ମାୟାଧର ମଲ୍ଲିକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଆଶିଷ ନାୟକ, ମନୋରଞ୍ଜନ ନାୟକ ଓ ସୂର୍ଯ୍ୟକାନ୍ତ ଥାଟୋଇ ମାନପତ୍ର ପାଠ କରିଥିବାବେଳେ ରାଜେଶ ମହାଳିକ ଓ ସରସୀ ଦାସ ସଭା ପରିଚାଳନା କରିଥିଲେ। ଦୀର୍ଘଦିନ ପରେ ପୁରୁଣା ସାଙ୍ଗମାନଙ୍କ ମିଳନ ସମସ୍ତଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ଭରିଦେଇଥିଲା। ଛାତ୍ରଜୀବନର ଅଭୁଲା ଅନୁଭୂତିକୁ ମନେ ପକାଇବା ସହ ଗୁରୁଜନଙ୍କ ଅବଦାନକୁ ସ୍ମରଣ କରିଥିଲେ ଉପସ୍ଥିତ ପୁରାତନ ଛାତ୍ରଛାତ୍ରୀ। କାର୍ଯ୍ୟକ୍ରମରେ ୧୯୯୪ ବ୍ୟାଚ୍ର ଛାତ୍ର , ସୁନିଲ ଧଳ, ସରୋଜ ପାଣ୍ଡବ, ସୁନିଲ ସାହୁ, ରାଜେଶ ମହାଳିକ, ପ୍ରଶାନ୍ତ ସାହୁ, ପ୍ରଶାନ୍ତ ସାମଲ, ସୁବ୍ରତ ବେଉରିଆ, ଶରତ ସାହୁ, ଶୁଭାଶିଷ ପାଢ଼ୀ ଓ ନିହାର ରାଉତଙ୍କ ସମେତ ଛାତ୍ରୀ ଅନିତା ଥାଟୋଇ, , ସୁଦୀପ୍ତା ପଢ଼ିହାରୀ, କାଦମ୍ବିନୀ ଦାସ , ମଳୟ ସାମଲ, ତାପସ ବେଉରିଆ , ଲିଲୁ ମଲ୍ଲିକ , ଅନାଦି ମଲ୍ଲିକ , ସୁବାଶିଷ ନାୟକ ,ମନୋରଞ୍ଜନ ଥାଟୋଇ ଓ କବିତା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ୫୦ରୁ ଅଧିକ ପୁରାତନ ସହପାଠୀ ସାମିଲ ହୋଇ ବନ୍ଧୁତ୍ୱର ବନ୍ଧନକୁ ପୁନର୍ଜୀବିତ କରିବା ସହ ଗୁରୁଜନଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।