ବାଲେଶ୍ଵର, ୧୦ / ୧୦ (ପ୍ରଭାକର ମଲ୍ଲିକ) : ରେମୁଣା ପୂଜ୍ୟପୂଜା ସଂସଦ ଆନୁକୂଲ୍ୟରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ ତମ ଜୟନ୍ତୀ ଉତ୍ସବ ସଭାପତି ଡ. ନରହରି ଦାସଙ୍କ ପୌରୋହିତ୍ୟରେ ଗୋପୀନାଥପୁର ମଣ୍ଡପଠାରେ ଅନୁଷ୍ଠିତ l ହୋଇଯାଇଛି। ମୁଖ୍ୟଅତିଥି ଭାବରେ ପ୍ରାକ୍ତନ ମନ୍ତ୍ରୀ ଓଡ଼ିଶା ବିଧାନସଭା ଶ୍ରୀଯୁକ୍ତ ରଘୁନାଥ ମହାନ୍ତି, ମୁଖ୍ୟବକ୍ତା ସମାଜର ବରିଷ୍ଠ ସହ ସମ୍ପାଦକ ଡ. ଜଗନ୍ନାଥ ମାଝୀ, ସମ୍ମାନିତ ଅତିଥି ପ୍ରଫେସର ଆଦିତ୍ୟଜାନ ମଲ୍ଲିକ, ସମ୍ମାନିତ ବକ୍ତା ଡ. ମହେଶ୍ୱର ମହାପାତ୍ର, ବିଶେଷ ଅତିଥି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମହାନ୍ତି ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଗୋପବନ୍ଧୁ ଥିଲେ ନିଷ୍କାମ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଓ ତାଙ୍କର ଅମର ସେବା ବୋଲି ବିପୁଳ ଆଜିପର୍ଯ୍ୟନ୍ତ ଜୀବନ୍ତ ହୋଇରହିଛି ବୋଲି ଆଲୋଚନା ମାଧ୍ୟମରେ ମତ ପ୍ରକାଶ କରିଥିଲେ। ସଭା ଆରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ ପରେ ଶ୍ରୀ ଗୁରୁଚରଣ ଦାସ ଗୋପବନ୍ଧୁଙ୍କର ଏକ ଭଜନ ଗାନ କରିଥିଲେ। ନାଟ୍ୟାଚାର୍ଯ୍ୟ ପ୍ରଦୀପ କୁମାର ମିଶ୍ର ଅତିଥି ଆବାହନ କରିଥିବା ବେଳେ କବିତା ହରିନାରାୟଣ ଏହି ସଭାକୁ ସଂଯୋଜନା କରିଥିଲେ। ସଂସଦର ସଂପାଦକ ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା ସ୍ୱାଗତ ଭାଷଣ ଓ ଜିଲ୍ଲା ଗୋପବନ୍ଧୁ ଟ୍ରଷ୍ଟ ବେଣୁଧର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। କବିତା ପ୍ରଦୀପ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମ ଅଧିବେଶନ ଗୋପବନ୍ଧୁଙ୍କ ଆଧାରିତ କବିତା ଆସରରେ ଡ. ଜଗନ୍ନାଥ ମହାପାତ୍ର, ଗାୟତ୍ରୀ ଦାସ, ସୁମିତ୍ରା ଦାସ, ଆରତୀ ମିଶ୍ର, ସଲୋନୀ ସାହୁ, କୁଣାଳ ଚନ୍ଦ୍ର ମହାପାତ୍ର, ଗୋବର୍ଦ୍ଧନ ପରିଡ଼ା ଓ ପ୍ରଦୀପ ମିଶ୍ର ସମ୍ବୋଧନା କରି ସ୍ୱରଚିତ କବିତା ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ ପାଠ କରିଥିଲେ। ସଭାସ୍ଥଳେ ପ୍ରତିଷ୍ଠିତ ଅତିଥିଙ୍କ ଦ୍ୱାରା ପୂଜ୍ୟ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଉକ୍ତ ଉତ୍ସବକୁ କାର୍ତ୍ତିକ ଚନ୍ଦ୍ର ମହାପାତ୍ର, ରାମ ନାରାୟଣ ବେହେରା, କୃପାସିନ୍ଧୁ ବେହେରା, ସମ୍ବ୍ରାଟ ବେହେରା, ହରିଶ୍ଚନ୍ଦ୍ର ଗିରି, ଗୋବର୍ଦ୍ଧନ ଦାସ, ଦିନବନ୍ଧୁ ପାତ୍ର, କିଶୋର ବେହେରା ପ୍ରମୁଖ ସହାୟତା କରିଥିଲେ।
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
