ଲାଞ୍ଜିଗଡ ଦୁର୍ଗମ ଚାତୁରପଦରର ୦୩ ପରିବାର ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ I
କଳାହାଣ୍ଡି, ୦୮/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଭଟ୍ଟାଙ୍ଗପଦର ଗ୍ରାମ ପଞ୍ଚାୟତର ଅଧିନସ୍ଥ ଦୁର୍ଗମ ଚାତୁରପଦର ଗାଁରେ ଆଜି ବି ୩ଟି ପରିବାର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଅସୁବିଧାରେ ଜୀବନ ବିତାଉଥିବା ଅଭିଯୋଗ ହୋଇଛି I ଭାରତ ସ୍ୱାଧୀନ ହୋଇ ୮୦ ବର୍ଷ ପୁରିଗଲା କିନ୍ତୁ ଆଜି ପର୍ଯ୍ୟନ୍ତ ବି ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ଏମିତିଆ ପରିବାର ଅଛନ୍ତି ସମ୍ପର୍ଣ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି I ବିକାଶର ଯୁଗରେ ଗାଁର ପ୍ରତ୍ୟେକ ପରିବାର ମୌଳିକ ସୁବିଧା ପାଇବା କଥା । କିନ୍ତୁ ଚାତୁରପଦରର ଏହି ୦୩ ପରିବାରଙ୍କ ପାଇଁ ଆଜି ବି ସୁବିଧା ସାତ ସ୍ୱପ୍ନ ହୋଇପଡିଛି । ପାନୀୟ ଜଳ, ରାସ୍ତା, ବିଦ୍ୟୁତ, ଆବାସ ଓ ଅନ୍ୟାନ୍ୟ ଆବଶ୍ୟକ ସରକାରୀ ସୁବିଧା ପାଇବାରେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା କୁହାଯାଉଛି । ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଜରୁରୀ ସମୟରେ ଏହି ପରିବାରମାନେ ଅଧିକ ଅସୁବିଧାରେ ପଡ଼ୁଛନ୍ତି, ବର୍ଷା ଦିନରେ ସମସ୍ୟା ଆହୁରି ବଢ଼ିଯାଉଥିବା ଜଣାପଡ଼ିଛି I ଏହି ୦୩ ପରିବାରଙ୍କ ସମସ୍ୟା ପ୍ରତି ଲାଞ୍ଜିଗଡ ବ୍ଲକ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ଦୃଷ୍ଟି ଦେଇ,ଘଟଣାସ୍ଥଳ ପରିଦର୍ଶନ କରି ଆବଶ୍ୟକ ମୌଳିକ ସୁବିଧା ଯୋଗାଇଦେବାକୁ ଗ୍ରାମ ବାସୀଙ୍କ ପକ୍ଷରୁ ଦାବି ହୋଇଛି I ଏହି ଦୁର୍ଗମ ଗ୍ରାମ ଉପରେ ବ୍ଲକ ପ୍ରଶାସନର ୦୩ ପରିବାର ଉପଯୁକ୍ତ ନ୍ୟାୟ ଦେବେ ବୋଲି ଜନସାଧାରଣ ମତ ଦେଇଛନ୍ତି I ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ବିକାଶ ପହଞ୍ଚିଲେ ହିଁ ପ୍ରକୃତ ସରକାର ଙ୍କ ବିକାଶର ଅର୍ଥ ସାର୍ଥକ ହେବ I
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ